ଡେରାବିଶ ଛତା ସ୍ଥିତ ପଲ୍ଲୀ ଟେକ୍ନିକ ମହାବିଦ୍ୟାଳୟ ପରିସର ରେ “ନୂଆ-ଓ” ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି. ମହାବିଦ୍ୟାଳୟ ର ବିଭିନ୍ନ ଛାତ୍ର ଛାତ୍ରୀ ମାନେ କ୍ରୀଡା, କଳା କୌଶଳ ଓ ନୃତ୍ୟ ଗୀତ କ୍ଷେତ୍ର ରେ ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ. ଉଦଜାପନି ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ପାଟକୁରା ବିଧାୟିକା ପ୍ରତିନିଧି ସଞ୍ଜୟ ଅଗ୍ରୱାଲ ଯୋଗ ଦେଇଥିଲେ.ଉତ୍ସବ ରେ ଚାଲିଥିବା ବିଭିନ୍ନ ପ୍ରତିଯୋଗିତା ର ପ୍ରତିଯୋଗୀ ମାନେ ମଞ୍ଚରେ ପୁରସ୍କୃତ ହୋଇଥିଲେ.ପଲ୍ଲୀ ଟେକ୍ନିକ କଲେଜ ପରିସର ରେ ଏକ ରକ୍ତ ଦାନ ଶିବିର ମଧ୍ୟ ଆୟୋଜିତ ହୋଇଯାଇଥିଲା ଯେଉଁଥିରେ ସତୁରି ଇୟୁନିଟ ରୁ ଉର୍ଧ୍ଵ ରକ୍ତ ସଂଗ୍ରହ ହୋଇଥିଲା
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶରେ ରାଜ୍ୟ ର ସମସ୍ତ ମହାବିଦ୍ୟାଳୟ ଭଳି ପାଟକୁରା ଓ ଡେରାବିଶ ର ବିଭିନ୍ନ ମହାବିଦ୍ୟାଳୟ ରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଜାରି ରହିଛି ।ଏଭଳି ଯୁଗାନ୍ତ କାରି କାର୍ଯ୍ୟକ୍ରମ ପାଇଂ କଲେଜ କତୃପକ୍ଷ ଓ ଛାତ୍ରଛାତ୍ରୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।