କୁଷ୍ଠ ରୋଗ ଚିହ୍ନଟ ଅଭିଯାନର ସମନ୍ଵୟ କମିଟି ବୈଠକ

ବଲାଙ୍ଗିର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ବା ଏଲସିଡିସିର ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗିର ରାଜସ୍ୱ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡିସେମ୍ବର ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ହେବାକୁ ଥିବା କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ବିଷୟରେ ବିସ୍ତୁତ ଆଲୋଚନା ହୋଇଥିଲା । ଆଶା କର୍ମୀ ମାନେ ଏହି ଚିହ୍ନଟ ପ୍ରକ୍ରିୟାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ । ସେପ୍ଟେମ୍ବର ସୁଦ୍ଧା ଜିଲ୍ଲାରେ ୩୪୦ଜଣ ଚିହ୍ନଟ ହେଇଥିବାବେଳେ ଟେଷ୍ଟିଙ୍ଗ ଅଧିକ କରି ଏହାର ପ୍ରତିକାର କରିବାକୁ ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ଅଧିକ ଚିହ୍ନଟ ଜାଗାରେ ଡାକବାଜି ଯନ୍ତ୍ର ଦ୍ଵାରା ପ୍ରଚାର, ଘର ଘର ବୁଲି ସଚେତନ କରେଇବା ସହ , ଗ୍ରାମ ସଭା ମାଧ୍ୟମରେ ଚିହ୍ନଟଙ୍କୁ ତ୍ୱରାନ୍ୱିତ ଔଷଧ ଏବଂ ଚିକିତ୍ସା ଯୋଗେଇଦେବାକୁ ଆଲୋଚନା ହେଇଥିଲା । ଜିଲ୍ଲାର ୧୪ଟି ବ୍ଲକରୁ ପ୍ରାୟତଃ ୧୮ଲକ୍ଷ ଲୋକଙ୍କୁ ଏହି ଅଭିଯାନରେ ସାମିଲ କରାଯିବ । ଏଥିରେ ୨୧୫୦ ଟି ଚିହ୍ନଟ ଦଳ ୩୮୬ ସୁପରଭାଇଜରଙ୍କ ତତ୍ବାବଧାନରେ କାମ ହେବ । ସନ୍ଦିଗ୍ଧ ଙ୍କୁ ଡାକ୍ତର ୩ଦିନ ଭିତରେ ପରୀକ୍ଷା କରି ରିପୋର୍ଟ ଦେବାକୁ କୁହାଯାଇଛି । ଡିସେମ୍ବର ୧୭ରେ ସମସ୍ତ ପ୍ରକ୍ରିୟା ସାରିବା ସହ ଡିସେମ୍ବର ୨୦ରେ ସଂପୂର୍ଣ୍ଣ ରିପୋର୍ଟ ଦାଖଲ ପାଇଁ କୁହାଯାଇଛି । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତ, ଜିଲ୍ଲା ଉପମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦିବ୍ୟକିଶୋର ପତି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *