ତ୍ରି-ଦିବସୀୟ ଭାଗବତ ଯଜ୍ଞ ଅନୁଷ୍ଠିତ

ଦେବଗଡ଼ ଜିଲ୍ଲା ଅନ୍ତର୍ଗତ ରିଆମାଳ ବ୍ଲକର ଖିଲେଇ ପଂଚାୟତର ଆଦିବାସୀ ଅଧ୍ୟୁଷିତ ବାଲିପସି ଗ୍ରାମରେ ଏକଲ ଭାଇ ଭଉଣୀ ସହଯୋଗରେ ତ୍ରି-ଦିବସୀୟ ଭାଗବତ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଭାଗବତ ଯଜ୍ଞରେ ମୁଖ୍ୟ ଅତିଥି ଭାବରେ ପୂଜ୍ୟ ସ୍ବାମୀ ସନ୍ଥ ଅଭୟ ଚୈତନ୍ୟ ମହାରାଜ ଯୋଗ ଦେଇ ଗ୍ରାମବାସୀଙ୍କୁ ମାର୍ଗଦର୍ଶନ ଦେବା ସହିତ ଆଗକୁ ଏହି କାର୍ଯ୍ୟକ୍ରମକୁ ବଜାୟ ରଖିବା ପାଇଁ କହିଥିଲେ। ମାର୍ଗଦର୍ଶନରେ ଭାଗବତ ଆଲୋଚନା ସହିତ ରାମ ଧର୍ମ ସଂସ୍କୃତି ବାର୍ତ୍ତା ଦିଆଯାଇଥିଲା। ପୂଜ୍ୟ ସ୍ବାମୀ ସନ୍ଥ ଅଭୟ ଚୈତନ୍ୟ ମହାରାଜଙ୍କ ଉପସ୍ଥିତି ଆଉ ତାଙ୍କ ଠାରୁ ମାର୍ଗ ଦର୍ଶନ ପାଇଁ ଗ୍ରାମବାସୀଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଥିଲା l ଗ୍ରାମର ପ୍ରମୁଖ ଦାମୋଦର ଗଡ଼ନାୟକ, ଗ୍ରାମ ବାସୀମାନେ ଯଜ୍ଞରେ ସାହାଯ୍ୟ କରିଥିଲେ। ଏହି ତ୍ରିଦିବସୀୟ ଯଜ୍ଞରେ ଅଞ୍ଚଳର ବହୁ ବ୍ୟକ୍ତି ଯୋଗଦେଇଥିଲେ। ତିନି ଦିନ ବ୍ୟାପୀ ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଯାହା ଲୋକଙ୍କ ପରିବେଶ ସହ ଦେହ ଓ ମନକୁ ପବିତ୍ରତାରେ ଭରି ଦେଇଥିଲା।

Leave a Reply

Your email address will not be published. Required fields are marked *