ଆଜି ରାବଣ ପୋଡି, ରାଜଧାନୀର ୬ ଟି ସ୍ଥାନକୁ ମିଳିଛି ଅନୁମତି

ରାବଣ ପୋଡି ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ରାଜଧାନୀର ୬ ଟି ସ୍ଥାନକୁ ମିଳିଛି ଅନୁମତି । ଝାରପଡା, ବରମୁଣ୍ଡା, ନହାରକଣ୍ଟା, କୋରଡ଼କଣ୍ଟା, ଛତାବର ଓ ତମାଣ୍ଡୋକୁ ରାବଣ ପୋଡି ପାଇଁ ଅନୁମତି ପ୍ରଦାନ କରାଯାଇଛି। ଜନଗହଳିପୂର୍ଣ୍ଣ ତଥା ଲୋକେ ବସବାସ କରୁଥିବା ଅଞ୍ଚଳକୁ ଏଥର ଅନୁମତି ମିଳିନାହିଁ। ସୁରକ୍ଷା ସମ୍ପର୍କିତ ସମସ୍ତ ନିୟମାବଳୀ ପାଳନ କରୁଥିବା ପୂଜା ମଣ୍ଡପକୁ ଅନୁମତି ପ୍ରଦାନ କରିଛି ଅଗ୍ନିଶମ ବିଭାଗ । ଏନେଇ ଡେପୁଟି ଫାୟାର ଅଫିସର ଅବନୀ ସ୍ୱାଇଁ ସୂଚନା ଦେଇଛନ୍ତି।

ଅନ୍ୟପଟେ ରାବଣ ପୋଡି ହେଉଥିବା ସ୍ଥାନରେ ଗୋଟିଏ ଅଗ୍ନିଶମ ଟିମ ସହ ୭ ଜଣ କର୍ମଚାରୀ ଉପସ୍ଥିତ ରହିବେ। ଜଣେ ଫାୟାର ଅଫିସରଙ୍କ ନେତୃତ୍ୱରେ ଏହି ଟିମ ରାବଣ ପୋଡି ମଣ୍ଡପ ନିକଟରେ ନିୟୋଜିତ ହେବ। ସେପଟେ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଟର ଜୋନ ଭିତରେ ଲୋକ ରହିବେ ନାହିଁ । ଲାଇସେନ୍ସପ୍ରାପ୍ତ ବାଣ ଦୋକାନୀଙ୍କଠାରୁ ବାଣ କିଣାଯାଇଥିବ । ସୁରକ୍ଷା ଦୃଷ୍ଟିକୋଣରୁ ବାରିକେଡର ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *