ସଠିକ ହିତାଧିକାରୀ ପାଉନାହାଁନ୍ତି ଆବାସ ଟଙ୍କା, ଆବାସ ନୁହେଁ ପ୍ରହସନ ଯୋଜନା

କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକରେ ଆବାସ ଯୋଜନାରେ ବ୍ୟାପକ ଅବ୍ୟବସ୍ଥା ଯୋଗୁଁ ନିରିହ ହିତାଧିକାରୀ ମାନେ ବଳି ପଡୁଛନ୍ତି । ହିତାଧିକାରୀ ମାନେ ଘର କରିବା ପରେ ଦିନେ କି ଦୁଇ ଦିନ ନୁଁହେ, ମାସ ମାସ ଧରି ବ୍ଲକକୁ ଦୌଡ଼ି ନୟାନ୍ତ ହେଉଛନ୍ତି । ବ୍ଲକରେ ଏହି ଦାୟିତ୍ୱରେ ଥିବା ଜଣେ କର୍ମଚାରୀ ନିଜକୁ ସର୍ବେସବା ବୋଲାଇ ହିତାଧିକାରୀଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି ।


ବ୍ଳକରେ ୪ ମାସ ତଳୁ ୮ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦିଆଯାଇ ପ୍ରଥମ କିସ୍ତି ଟଙ୍କା ଦିଆଯାଇଛି । କିନ୍ତୁ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ଭିନ୍ନଭିନ୍ନ କାରଣ ଦର୍ଶାଇ କାର୍ଯ୍ୟାଦେଶ ଦିଆନଯାଇ ହଇରାଣ କରଯାଉଛି । ଅଧିକାଂଶ ଲୋକ ଘର କାମ କରି ଛାତ ପକାଇଥିବା ବେଳେ ସେମାନଙ୍କୁ ୨ୟ କିସ୍ତି ଦିଆଯାଉନି । ଆଉ କିଛି ହିତାଧିକାରୀଙ୍କ ଟଙ୍କା ଭିନ୍ନ ଏକାଉଣ୍ଟକୁ ଯାଇଥିବା ବେଳେ ସେମାନଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ହଇରାଣ କରାଯାଉଛି । ଯାହାକୁ ନେଇ ହିତାଧିକାରୀଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଇଥିବା ବେଳେ ପ୍ରତ୍ୟକ ଦିନ ସରପଞ୍ଚ ମାନେ ଏନେଇ ବ୍ଳକରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *