‘ଘରେ ଘରେ’ କଂଗ୍ରେସ କାର୍ଯ୍ୟକ୍ରମ

ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ସବୁଦଳ ଭଳି କଂଗ୍ରେସ ମଧ୍ୟ ନିଜର ସଂଗଠନକୁ ତୃଣମୂଳ ସ୍ତରରେ ବୃଦ୍ଧି କରିବାକୁ ଏବଂ ସଜାଡିବାକୁ ଚେଷ୍ଟା ଜାରି ରଖିଛନ୍ତି । ଦଳକୁ ସଜାଡ଼ିବା ନିମନ୍ତେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦେଶନାରେ ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ‘ଘରେ ଘରେ କଂଗ୍ରେସ ‘ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ତିରିଂ ବ୍ଳକର ନୂଆଗାଁରୁ ତିରିଂ ଵଜାର‌ ନିକଟସ୍ଥ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ଗାଁ ପରିକ୍ରମା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପିସିସି ସଦସ୍ୟ/ ପୂର୍ବତନ ରାଇରଙ୍ଗପୁର ବିଧାୟକ ଲକ୍ଷ୍ମଣ ମାଝୀ ବିଜେପି ଓ ବିଜେଡ଼ିର ଜନମାରଣ ନୀତି ଉପରେ ଆଲୋଚନା କରିଥିଲେ । ଦରଦାମ ବୃଦ୍ଧି,ତୈଳଦର ବୃଦ୍ଧି ,ଗ୍ୟାସ ଦର ବୃଦ୍ଧି, ଶ୍ରମିକ ମାରଣ ନୀତି, ପରି ବହୁ ପ୍ରସଙ୍ଗରେ ଭର୍ତ୍ସନା କରିଥିଲେ । କଂଗ୍ରେସ ସମୟର ଯୋଜନାକୁ ଏବେକାର ସରକାର ନାମ ବଦଳାଇ ବାହା ବାହା ନେଉଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସଂପାଦକ ହରି ସାହୁ, ଜିଲ୍ଲା ଏସ ସି ସେଲର ସଭାପତି ଭାଗିରଥି ପାତ୍ର, ରମେଶ ହାଁସଦା, ଜାମଦା ବ୍ଳକ ପୂର୍ବତନ ଅଧ୍ୟକ୍ଷା ହେଲେନା ବାଗେଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *