ପଞ୍ଚୁପଲ୍ଲୀ ସୋମନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ୫ଟି ସ୍ମାର୍ଟ ସ୍କୁଲର ନଗ୍ନ ଚିତ୍ର

ଛାତ ଫାଟି ଆଁ କରିଛି । ଶୌଚାଳୟରୁ ଅନବରତ ପାଣି ବୋହୁଛି । ଏବେବି ଟିଣ ଘରେ ପିଲା ପାଠ ପାଢୁଛନ୍ତି । ନା ଅଛି ସ୍କୁଲ ପାଚେରୀ ନା ପିଲାଙ୍କ ପାଇଁ ଖେଳ ପଡିଆ । ଏ ସ୍କୁଲଟି ୫ଟି ସ୍କୁଲରେ ଅନ୍ତର୍ଭୁକ୍ତ । କିନ୍ତୁ ଏ ଦୃଶ୍ୟ ବଖାଣୁଛି ଏହାର ବିକଳ ଚିତ୍ର । ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଧିନସ୍ଥ ପଞ୍ଚୁପଲ୍ଲୀ ସୋମନାଥ ଉଚ୍ଚ ବିଦ୍ୟାଳୟ କଥା । ଉକ୍ତ ସ୍କୁଲଟିକି ୫ଟି ସ୍କୁଲ ଭାବେ ଘୋଷଣା ପରେ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ଅନୁଦାନ ଆସିଛି । କିନ୍ତୁ କେତେ କାର୍ଯ୍ୟକାରୀ ହେଇଛି ତାହା ଶୁଣନ୍ତୁ ଏଠାରେ ପଢୁଥିବା ବିଦ୍ୟାର୍ଥିଙ୍କ କଥା ।

ଉକ୍ତ ସ୍କୁଲକୁ ଆଖପାଖ ଅଞ୍ଚଳରୁ ପାଞ୍ଚ ଶହ ଛାତ୍ର ଛାତ୍ରୀ ଏଠାକୁ ପାଠ ପଢିବା ପାଇଁ ଆସିଥାନ୍ତି। ହେଲେ କିନ୍ତୁ ଅବ୍ୟବସ୍ଥାରେ ପଡିରହିଛି ଶ୍ରେଣି ଗୃହ ।ପୂର୍ବରୁ ଏକ ଆଜବେଷ୍ଟ ଖସି ଏକ ଛାତ୍ରୀ ଗୁରୁତର ହୋଇଥିବା ଅଭିଯୋଗ ହୋଇଥିଲା ।ପିଇବା ପାଣିଠାରୁ ଆରମ୍ଭ କରି ପରିଶ୍ରାଗାର ପର୍ଯ୍ୟନ୍ତ ସ୍କୁଲ ରେ ବିଶେଷ ସୁବିଧା ନଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଛାତ୍ରଛାତ୍ରୀଙ୍କୁ । ଏ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ୫ଟି ସଚ୍ଚିବଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ଦେଖିବାକୁ ମିଳୁନାହିଁ । ଫଳରେ ଛାତ୍ରଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା କହିଛନ୍ତି ପଞ୍ଚୁପଲ୍ଲୀ ସୋମନାଥ ଉଚ୍ଚ ବିଦ୍ୟାଳୟପ୍ରଧାନ ଶିକ୍ଷକ ।

ତେବେ ସ୍କୁଲ ଛାତ୍ର ଛାତ୍ରୀ ମାନେ ସେମାନଙ୍କ ଅସୁବିଧା ଗଣମାଧ୍ୟମ ଜରିଆରେ ଖୋର୍ଦ୍ଧା ଜିଲ୍ଲାପାଳ ସମେତ ଓଡିଶା ସରକାର ଙ୍କୁ ନିବେଦନ କରିଛନ୍ତି । ତେବେ ଦେଖିବାକୁ ବାକିରହିଲା କେବେ ସୁଧୁରୁଛି ଏବି ସ୍କୁଲର ଅବସ୍ଥା ।

Leave a Reply

Your email address will not be published. Required fields are marked *