ସାଇବର ସୁରକ୍ଷା ସଚେତନତା

ଭଦ୍ରକ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସାଇବର ସୁରକ୍ଷା ଅଭିଯାନ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଦିନକୁ ଦିନ ସ୍ମାର୍ଟଫୋନର ବ୍ୟଵହାର ତଥା ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ସାଇବାର ଅପରାଧ ମଧ୍ୟ ବଢୁଛି । ଏହାର ପ୍ରତିରୋଧ ପାଇଁ ପ୍ରତିବର୍ଷ ଅକ୍ଟୋବର ମାସକୁ ସାଇବର ସୁରକ୍ଷା ସଚେତନତା ମାସ ଭାବେ ପାଳନ କରାଯାଉଛି । ଚଳିତ ବର୍ଷ ସାଇବର ସୁରକ୍ଷା ସଚେତନତା ଅଭିଯାନକୁ କିପରି ବ୍ୟାପକ କରାଯାଇପାରିବ ଏନେଇ ଅଣ୍ଟା ଭିଡିଛି ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ । ଉଭୟ ଅଫଲାଇନ ଓ ଅନଲାଇନରେ ସାଇବର ସୁରକ୍ଷା ସଚେତନତା ବାର୍ତା ଦିଆଯିବ ବୋଲି କହିଛନ୍ତି ଭଦ୍ରକ ଏସପି ବରୁଣ ଗୁଣ୍ଟୁପାଲି।

ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଏହାକୁ ଅନଲାଇନ ଜରିଆରେ ଉଦଘାଟନ କରିବାକୁ ଯାଉଥିବା ବେଳେ ଅକ୍ଟୋବର ୨ରେ ସାଇବର ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ କରାଯିବ । ଏହି ସଚେତନତା ରଥ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଗାଁରୁ ସହର, ସମସ୍ତ ଜନଗହଳି ସ୍ଥାନରେ ରହି ସାଇବର ସୁରକ୍ଷା ସଚେତନତା ବାର୍ତ୍ତା ଲୋକଙ୍କୁ ପ୍ରଦାନ କରିବ । ସେହିଭଳି ଅନଲାଇନରେ ମଧ୍ୟ ସାଇବର ସୁରକ୍ଷା ସଚେତନତାର ବାର୍ତା ଦିଆଯିବ।

Leave a Reply

Your email address will not be published. Required fields are marked *