
ଆଗକୁ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଚିଲିକା ନିର୍ବାଚନ ମଣ୍ଡଳୀରେ ଏବେଠାରୁ ଆରମ୍ଭ ହେଲାଣି ମହାଭାରତ । ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଗାଡି ଉପରକୁ କରାଯାଇଛି ଅଣ୍ଡା ମାଡ଼ । ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ହେଉଛନ୍ତି ରଘୁନାଥ ସାହୁ । ସୂଚନା ଅନୁଯାୟୀ, ବାଣପୁର ବିସରପାଟଣା ଛକରେ ଚା’ ଖଟି କରୁଥିବା ସମୟରେ କିଛି ବିରୋଧୀ ତାଙ୍କ ଉପରକୁ ଅଣ୍ଡା ମାଡ଼ କରିଥିଲେ । ବିରୋଧି ମାନେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ବିରୋଧ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଏପରି କିରଥିବା କୁହାଯାଉଛି ।
ତେବେ ଘଟଣା ସ୍ଥଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହେବା ସହ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗି ରହିଥିଲା । ଏହାକୁ ନେଇ ବାଣପୁର ଥାନାରେ ଉଭୟ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ତେବେ ଦେଖାଯାଉ ଏହି ରାଜନୈତିକ ତିକ୍ତତା ଆଗକୁ କି ରୂପ ନେଉଛି ।