ଏୟାର ରାଇଫଲରେ ଟିମ୍ ଇଣ୍ଡିଆର ବିଶ୍ୱ ରେକର୍ଡ

ଚୀନର ହାଙ୍ଗଝୌରେ ଖେଳା ଯାଉଥିବା ଏସିଆନ୍ ଗେମ୍ସରେ ଭାରତକୁ ମିଳିଛି ପ୍ରଥମ ସ୍ୱର୍ଣ୍ଣ । ୧୦ମିଟର ଏୟାର ରାଇଫଲରେ ଟିମ୍ ଇଣ୍ଡିଆ ବିଶ୍ୱ ରେକର୍ଡ ମଧ୍ୟ କରିଛି । ସେହିଭଳି ରୋଇଂରେ ଭାରତକୁ କାଂସ୍ୟ ପଦକ ମିଳିଛି । ରୋଇଂ କକ୍ସଲେସ ଫୋରରେ ବ୍ରୋଞ୍ଜ ପାଇଛନ୍ତି ଯସ୍ୱୀନ୍ଦର ସିଂ, ଭୀମ ସିଂ, ପୁନୀତ କୁମାର, ଆଶିଷ । ଫାଇନାଲରେ ୦୬:୧୦:୮୧ ସମୟରେ ଖେଳ ଶେଷ କରି ଭାରତ ଏହି ମେଡାଲ୍ ପାଇଛି । ଭାରତ ରୋଇଂରେ ଚତୁର୍ଥ ମେଡାଲ୍ ପାଇଛି । ଏସିଆନ୍ ଗେମ୍ସରେ ଭାରତର ମୋଟ ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଏଥିସହ ପଦକ ରାଙ୍କିଂ ଟେବୁଲରେ ଭାରତ ଷଷ୍ଠ ସ୍ଥାନରେ ରହିଛି । ଏବେ ସୁଦ୍ଧା ଭାରତକୁ ଗୋଟିଏ ସ୍ୱର୍ଣ୍ଣ ସହ ୩ଟି ରୌପ୍ୟ ଓ ୩ଟି କାଂସ୍ୟ ମିଳିଛି । ସର୍ବାଧିକ ୩୮ଟି ପଦ ପାଇ ଶୀର୍ଷରେ ରହିଛି ଆୟୋଜକ ଚୀନ । ଚୀନକୁ ୨୩ଟି ସ୍ୱର୍ଣ୍ଣ, ୧୦ଟି ରୌପ୍ୟ ଓ ୫ଟି କାଂସ୍ୟ ପଦକ ମିଳିଛି ।

Leave a Reply

Your email address will not be published. Required fields are marked *