
ଚାଷ କାମ କରୁଥିବା ବେଳେ ଟ୍ରାକ୍ଟର ଓଲଟି ଯୁବଚାଷୀଙ୍କ ମୃତ୍ୟୁ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅଧୀନ ନୂଆଁ ଟାଙ୍ଗଣ ଗାଁରେ । ସୂଚନା ଅନିଯାୟୀ ଗ୍ରାମର ଧୋବା ସାହୁ ନାମକ ଜଣେ ଯୁବଚାଷୀ ନିଜ ଜମିରେ ଧାନ ଚାଷ ପାଇଁ ଟ୍ରାକ୍ଟର ନେଇ କାଦ କରୁଥିବା ସମୟରେ କୌଣସି କାରଣରୁ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।ଫଳରେ ଚାଳକ ଧୋବା ସାହୁ ଟ୍ରାକ୍ଟର ଭିତରେ ଚାପିହୋଇ ଶ୍ୱାସରୁଦ୍ଧ ହୋଇ ଯାଇଥିଲେ ।
ଖବର ପାଇ ଭଞ୍ଜନଗର ଅଗ୍ନିଶମ ବିଭାଗ ପହଂଚି ଟ୍ରାକ୍ଟର କୁ ଉଠାଇ ଧୋବାଙ୍କୁ ଉଦ୍ଧାର କରିଥିଲେ କିନ୍ତୁ ସେତେବେଳ କୁ ଧୋବାଙ୍କ ପ୍ରାଣ ଚାଲି ଯାଇଥିଲା । ତାରାସିଙ୍ଗି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଥିଲେ । ତେବେ ଘଟଣାକୁ ନେଇ ଅଞ୍ଚଳରେ ଏକ ପ୍ରକାର ଶୋକର ଛାୟା ଖେଳି ଯାଇଛି । ତେବେ ବର୍ଷା ନଥିବା କାରଣରୁ ଚାଷ କାର୍ଯ୍ୟ ହୋଇ ପାରିନଥିଲା ଜମିରେ ଜଳ ଶୁଖିଯିବ ଚିନ୍ତା କରି ରାତିରେ ତର ବରିଆ ଭାବେ ଚାଷ କାର୍ଯ୍ୟ କରୁଥିବା ବେଳେ ଏଭଳି ଘଟଣା ଘଟିଥିବା ନେଇ ଆଲୋଚନା ହୋଇଛି ।