ମଣିପୁର ମହିଳାଙ୍କ ଉପରେ ଘଟିଥିବା ନିର୍ଯ୍ୟାତନାକୁ ନେଇ ୬ଟି ନୂଆ ମାମଲା ରୁଜୁ

ମଣିପୁରରେ ମହିଳାଙ୍କ ପ୍ରତି ହୋଇଥିବା ବର୍ବର କାଣ୍ଡ ପରେ ସାରା ଦେଶରେ ଜଳୁଛି ଅସନ୍ତୋଷର ନିଆଁ । ଚାରିଆଡେ ଏହି ଘଟଣାକୁ ନେଇ ନିନ୍ଦା କରାଯାଉଥିବା ବେଳେ ଆକ୍ସନ ମୋଡକୁ ଆସିଛି ସିବିଆଇ । ଅପରାଧ ଘଟାଇଥିବା ଅପରାଧୀଙ୍କ ମଧ୍ୟରୁ ଏବେ ଯାଏଁ ୧୦ଜଣଙ୍କୁ ଗିରଫ କରିଛି ସିବିଆଇ ଟିମ୍ । ମହିଳାଙ୍କ ଉପରେ ଘଟିଥିବା ନିର୍ଯ୍ୟାତନାକୁ ନେଇ ୬ଟି ନୂଆ ମାମଲା ରୁଜୁ କରିଛି ସିବିଆଇ । ପାଖାପାଖି ୩ମାସ ହେବ ମଣିପୁରରେ ହିଂସାକାଣ୍ଡା ଘଟିଆସୁଛି । ମହିଳାଙ୍କୁ ନିବସ୍ତ୍ର କରି ରାଜରାସ୍ତାରେ ଚଲାଇ ଚଲାଇ ନେବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିବା ବେଳେ, ଗତ ଗୁରୁବାର ସିବିଆଇକୁ ତଦନ୍ତ ଭାର ସମ୍ଭାଳିବା ପାଇଁ ଦାୟିତ୍ୱ ଦିଆଯାଇଥିବା ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି କେନ୍ଦ୍ର ସରକାର । ଏହାସହିତ ମଣିପୁରରେ କିପରି ପୁଣି ଶାନ୍ତି ଫେରିବ ସେଦିଗରେ ଚେଷ୍ଟା ଜାରି ରହିଛି । ଗତ ସପ୍ତାହ ତଳେ ମଣିପୁରରେ ମହିଳାଙ୍କୁ ନିବସ୍ତ୍ର କରି ରାଜରାସ୍ତାରେ ଚଲାଇ ଚଲାଇ ନେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେହି ଦୁଇ ମହିଳାଙ୍କ ସହ ଗଣ ଦୁଷ୍କର୍ମ ବି କରାଯାଇଥିଲା । ଦୁଇଜଣ ମହିଳାଙ୍କ ମଧ୍ୟରୁ ଜଣେ ମହିଳାଙ୍କ ବାପା ଓ ଭାଇ ବିରୋଧ କରିବାରୁ ତାଙ୍କୁ ହତ୍ୟା କରିଦିଆଯାଇଥିଲା । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖପ୍ରକାଶ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ସେପଟେ ଏହି ଘଟଣାକୁ ସୁପ୍ରିମକୋର୍ଟ ମଧ୍ୟ ନିନ୍ଦା କରିଥିଲେ । ତୁରନ୍ତ ଉଚିତ୍ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

Leave a Reply

Your email address will not be published. Required fields are marked *