ପୁଣି ଦୁଷ୍କର୍ମର ଶିକାର ହେଲା ୪ ବର୍ଷର ନାବାଳିକା

ଜଗତସିଂହପୁର ପାରାଦୀପ ଅଞ୍ଚଳରେ ଘଟିଯାଇଛି ଲଜ୍ୟାଜନକ ଘଟଣା । ବିଳମ୍ବିତ ରାତ୍ରିରେ ଏକ ୪ ବର୍ଷର ଶିଶୁ କନ୍ୟା କୁ ଦୁଷ୍କର୍ମ ହୋଇଥିବା ନେଇ ଜଟାଧାରୀ ମହାଣ ଥାନାରେ ଅଭିଯୋଗ କଲେ ପରିବାର ଲୋକେ। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ୪ ବର୍ଷର ଶିଶୁ କନ୍ୟା ହଠାତ ଘରୁ ନିଖୋଜ ହୋଇଯାଇଥିଲା । ବାପା ମା ରାତିସାରା ଖୋଜାଖୋଜି କରୁଥିବା ସମୟରେ ଜଣେ ବୟସ୍କ ବ୍ୟକ୍ତି ଶିଶୁ କନ୍ୟା କୁ ଗୁରୁତର ଅବସ୍ଥାରେ ବାପା,ମାଙ୍କ ପାଖରେ ଆଣି ପହଂଚାଇଥିଲେ । ତେବେ ନାବାଳିକାର ଯୌନାଙ୍ଗରୁ ରକ୍ତସ୍ରାବ ହେଉଥିବାରୁ ପରିବାର ଲୋକେ ଝିଅକୁ ଦୁଷ୍କର୍ମ ହୋଇଥିବା ନେଇ ସନ୍ଦେହ ପ୍ରକଟ କରିଛନ୍ତି । ତେବେ ଆଜି ସକାଳୁ ପ୍ରଥମେ ଶିଶୁ କନ୍ୟା କୁ ଅଠରବାଙ୍କ ବିଜୁ ମେମୋରିଆଲ ହସ୍ପିଟାଲକୁ ନେବା ପରେ ଡାକ୍ତର ପ୍ରଥମେ ପ୍ରାଥମିକ ଚିକିତ୍ସା କରିବାପରେ ପରବର୍ତ୍ତୀ ମୁହୂତିରେ ଅଧିକ ଚିକିତ୍ସାପାଇଁ ଜଗତସିଂହପୁର ମେଡିକାଲକୁ ପଠାଇ ଦେଇଛନ୍ତି। ତେବେ ଏ ନେଇ ଜଟାଧାରୀ ମୂହାଣ ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହେବାପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ଏବଂ ଶିଶୁ କନ୍ୟା କୁ ଉଦ୍ଧାର କରିଥିବା ବୟସ୍କ ବ୍ୟକ୍ତିଙ୍କୁ ପୋଲିସ ପକ୍ଷରୁ ପଚରା ଉଚରା ଜାରି ରହିଛି ।

Leave a Reply

Your email address will not be published. Required fields are marked *