
ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ଖଲ୍ଲିକୋଟ ଏନ୍ ଏ ସି ହରିଜନ ସାହିରେ ବାସିନ୍ଦା ଯୋଗୀ ନାୟକଙ୍କ ପୁଅ ସ୍ଵାଧୀନ ନାୟକ (୨୫) ତିନି ଦିନ ହେଲା ନିଖୋଜ ଥିଲେ । ପରିବାର ଲୋକେ ବହୁଆଡେ ଖୋଜା ଖୋଜି ସତ୍ତ୍ବେ ପୁଅକୁ ପାଇନଥିଲେ । ତେବେ ଏନେଇ ଖଲ୍ଲିକୋଟ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ତେବେ ଆଜି ସକାଳୁ ମୃତ ଶରୀର ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ ସଫେଇ କର୍ମଚାରୀ । ଏନେଇ ପରିବାର ଲୋକଙ୍କୁ ଖବର ଦେବା ପରେ ଘଟଣା ସ୍ଥଳରେ ପରିବାର ଲୋକେ ପହଞ୍ଚି ପୋଲସି କୁ ଖବର ଦେଇଥିଲେ ।ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି ।