ଆଧାର କାର୍ଡ଼ ଏକାଠି କଲା ବାପାପୁଅଙ୍କୁ

ଆଧାରକାର୍ଡ ପାଲଟିଲା ମିଳନର ମାଧ୍ୟମ । ତେଣେ ପୁଅକୁ ହରାଇ ମାନସିକ ଦୁଶ୍ଚିନ୍ତାରେ କାଳ କାଟୁଥିବା ପରିବାର ଏତେ ବର୍ଷ ପରେ ହଜିଲା ପୁଅକୁ ପାଇ ଖୁସିରେ ବିଭୋର। ଆଧାର କାର୍ଡ ପାଇଁ ଭିନ୍ନକ୍ଷମ ପୁଅ ୬ ବର୍ଷ ପରେ ନିଜ ପରିବାରକୁ ଫେରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

୨୦୧୭ ଜୁନ୨ ତାରିଖରେ ୧୨ ବର୍ଷର ଏହି ଭିନ୍ନକ୍ଷମ (ମୂକ,ବଧିର) ନାବାଳକ ପୁଅଟି କେନ୍ଦୁଝର ବଜାରରେ କାନ୍ଦିକାନ୍ଦି ବୁଲୁଥିଲେ । ଖବର ପାଇ କେନ୍ଦୁଝର ଶିଶୁ ମଙ୍ଗଳ ସମିତି କର୍ମକର୍ତ୍ତାମାନେ ତାଙ୍କୁ ଉଦ୍ଧାର କାରିଥିଲେ। ନାବାଳକ ଜଣକ ମୂକ, ବଧିର ହୋଇଥିବାରୁ ସେ ନିଜ ପରିଚୟ ଦେଇପାରି ନଥିଲେ । ତେଣୁ ନାବାଳକ ପରିବାରକୁ ଖୋଜି ବାହାର କରିବା ସଂସ୍ଥା ପାଇଁ ଅସମ୍ଭବ ହୋଇପଡିଥିଲା। ତେଣୁ ନାବାଳକକୁ ତେଲକୋଇସ୍ଥିତ ଭିନ୍ନକ୍ଷମ ଥଇଥାନ ସଂସ୍ଥାକୁ ପଠାଇ ଦିଆଯାଇଥିଲା । ଏହାରି ଭିତରେ ଛଅ ବର୍ଷ ବିତିଗଲାଣି। ସେ ପରିବାରଠାରୁ ଦୂରରେ ସେହି ଥଇଥାନ କେନ୍ଦ୍ରରେ ରହୁଆସୁଥିଲେ। କିଛିଦିନ ତଳେ କେନ୍ଦ୍ର ପକ୍ଷରୁ ସେଠାକାର ଅନ୍ତେବାସୀଙ୍କ ଆଧାରକାର୍ଡ କରାଯାଇଥିଲା। । ଯେତେବେଳେ ସେହି ବାଳକର ଟିପଚିହ୍ନ ନିଆଗଲା ସେଥିରୁ ତାଙ୍କର ପୂର୍ବରୁ ଆଧାରକାର୍ଡ଼ ଥିବା ଜଣା ପଡିଥିଲା ।

ଏହା ପରେ ସେହି ଆଧାରକର୍ଡ ବାହାର କରି ଭିନ୍ନକ୍ଷମ ବାଳକଙ୍କ ଘର ବିହାରି ଥିଲା। ତାଙ୍କ ଘର ବିହାରର ଦରଭଙ୍ଗା ଜିଲ୍ଲା ଅନ୍ତର୍ଗତ ସାହାପୁର ଗ୍ରାମରେ ବୋଲି ଜଣା ପଡିଥିଲା । ତାଙ୍କ ପିତାଙ୍କ ନାମ ରାମକିଶୋର ଯାଦବ ଓ ତାଙ୍କ ନାମ ମିଣ୍ଟୁ କୁମାର । ଏହା ପରେ ପ୍ରଶାସନ ପକ୍ଷରୁ ରାମକିଶୋର ଯାଦବଙ୍କ ସହ ଯୋଗାଯୋଗ କରାଯାଇଥିଲା।

ରାମକିଶୋର ଯାଦବ ଗତକାଲି କେନ୍ଦୁଝର ଆସିବା ପରେ ନିଜ ହଜିଲା ପୁଅକୁ ପାଇ ଖୁସିରେ ଅଧୀର ହୋଇଯାଇଛନ୍ତି। ବାପପୁଅଙ୍କ ମିଳନ ହେବା ପରେ ଉଭୟ ଆଜି ନିଜ ଗାଁକୁ ଫେରିଯାଇଛନ୍ତି I

Leave a Reply

Your email address will not be published. Required fields are marked *