ପାନୀୟ ଜଳର ସୁବିଧା ପାଇଁ ପାଣ୍ଡିଆନଙ୍କୁ ଗୁହାରୀ

()ଖରାଦିନ ଜାଇ ବର୍ଷାଦିନ ଆସିଲାଣି ତଥାପି ଲୋକଙ୍କ ଶୋଷ ମେଣ୍ଟିବାକୁ ନାହିଁ ପାଣି । ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ବାଧ୍ୟ ହୋଇ ପିଇବାକୁ ପଡୁଛି ଗୋଳିଆ ପାଣି । ଏଭଳି ଅଭାବନୀୟ ଚିତ୍ର ଆସିଛି ମୟୂରଭଞ୍ଜ ବାବନଘାଟି ଉପଖଣ୍ଡ ବାଦାମ ପାହାଡ଼ କୁସୁମୀ ଗୋଷ୍ଠୀ ଉନ୍ନୟନର ଆହାର ବନ୍ଧ ଗ୍ରାମରୁ । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାନୀୟ ଜଳ ଯୋଗାଇଛନ୍ତି।କିନ୍ତୁ ଗାଁର ଦେଖାଯାଇଛି ଜଳ ସଂଙ୍କଟ। ପମ୍ପଡ଼୍ରାଇଭର ମାସରେ ଦଶ ରୁ ପନ୍ଦର ଦିନ ପାଣି ଚଳାଇ ବିଭିନ୍ନ ଆଳ ଦେଖାଇ ଜଳ ଯୋଗାଣରେ ବାଧା ସୃଷ୍ଟି କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ନଳକୂପ ଗୁଡିକ ଅଚଳ ଅବସ୍ଥାରେ ପଡ଼ିରହିଛି। ଫଳରେ ଗ୍ରାମବାସୀ ଗୋଳିଆ ପାଣି ପିଇ ରୋଗାକ୍ରାନ୍ତ ହେଉଛନ୍ତି। ଏ ନେଇ ସ୍ଛାନୟପ୍ରଶାସନ ଠାରୁ ଆରମ୍ଭ କରି ସରପଞ୍ଚ ଙ୍କୁ ଜଣାଇଥିଲେ ସୁଧା କୈଣସି ସୁଫଳ ଦେଖିବାକୁ ମିଳିନାହିଁ । ତେବେ ଏହି ସପାଣି ସମସ୍ୟାର ସମାଧାନ ପାଇଁ 5t ସଚିବପାଣ୍ଡିଆସନ ଏବଂ ମୁଖ୍ୟ ମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବସୀ ।ଯଦି ଏହାର ତୁରନ୍ତ ସମାଧାନ ନ ହୁଏ ତେବେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।

Leave a Reply

Your email address will not be published. Required fields are marked *