ଭୁବନେଶ୍ୱର: ଆଜି କିଛି ସ୍ଥାନରେ ବିଜୁଳି,ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ରାଜ୍ୟରେ ଏଯାଏ ମୌସୁମୀ ଏତେଟା ପ୍ରଭାବ ପକାଇପାରିନି । ଦୁର୍ବଳ ସ୍ଥିତି ଯୋଗୁଁ ଗତ ୨୪ ଘଣ୍ଟାରେ ୧.୧ ମିମି ବର୍ଷା ରେକର୍ଡ କରାଯାଇଛି ଯାହାକି ସ୍ୱାଭାବିକ ବର୍ଷା ୧୧ ମିମି ତୁଳନାରେ ୯୦ ପ୍ରତିଶତ କମ୍ ରହିଛି । ସେପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର କେନ୍ଦ୍ର ଭାଗ ଉପରେ ଥିବା ଘୂର୍ଣ୍ଣିବଳୟଟି ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋସାଗର ଉପରେ ରହିଛି ।

ମୌସୁମୀ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ବିଜୁଳି,ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗଜପତି,ଗଞ୍ଜାମ,ନୂଆପଡ଼ା,ବଲାଙ୍ଗିର,ସୋନପୁର,ସମ୍ବଲପୁର,ଦେବଗଡ଼ ଓ ଯାଜପୁର ଜିଲ୍ଲା‌ରେ ବିଜୁଳି,ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ସେହିପରି ୫ ତାରିଖରେ ରାୟଗଡ଼ା,ଗଜପତି,କନ୍ଧମାଳ,କଳାହାଣ୍ଡି,ମାଲକାନଗିରି,କୋରାପୁଟ,ନବରଙ୍ଗପୁର ଜିଲ୍ଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୬ ତାରିଖରେ ଅନ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଆଉ କିଛି ସ୍ଥାନରେ ଅତିପ୍ରବଳ ବର୍ଷା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ ।

ମୟୂରଭଞ୍ଜ,ବାଲେଶ୍ବର,ଅନୁଗୁଳ, କେନ୍ଦୁଝର ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷିପାରେ । ସେହିଭଳି ଗଜପତି,ଗଞ୍ଜାମ,ରାୟଗଡ଼ା,ବଲାଙ୍ଗିର,ବରଗଡ଼,ବୌଦ୍ଧ ଆଦି ଜିଲ୍ଲାର କିଛି ଅଂଶରେ ପ୍ରବଳ ବର୍ଷା ହେବା ନେଇ ସୂଚନା ମିଳିଛି । ଆସନ୍ତାକାଲି ରାଜଧାନୀ ସମତେ ଏହାର ଆଖପାଖ ଅଞ୍ଚଳଗୁଡ଼ିକରେ ମେଘୁଆ ପାଗ ରହିବ ।

Leave a Reply

Your email address will not be published. Required fields are marked *