ଶ୍ରୀକ୍ଷେତ୍ର ଚଳଚଞ୍ଚଳ, ଅଟକି ରହିଥିବା ରଥ ଆଜି ଟାଣିଲେ ଶ୍ରଦ୍ଧାଳୁ


ପୁରୀ ବଡଦାଣ୍ଡରେ ପୁଣି ଗଡିଲା ରଥ । କାରଣ ଗତକାଲି ଅଧା ବାଟରେ ଅଟକି ରହିଥିଲା ଦେବଦଳନ ଏବଂ ନନ୍ଦିଘୋଷ ରଥ। କେବଳ ବଡ଼ଭାଇ ବଳଭଦ୍ରଙ୍କ ରଥ ତାଳଧ୍ୱଜ ଶରଧାବାଲିରେ ଲାଗିଥିଲା। ଭଉଣୀ ଶୁଭଦ୍ରାଙ୍କ ଦେବଦଳନ ରଥ ବଡ଼ଶଙ୍ଖ ଠାରେ ଅଟକି ଥିବା ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାଉସୀ ମାଆ ଛକରେ ଅଟକି ରହିଥିଲା ।କାଲି ବଡଦାଣ୍ଡରେ ଅଟକିଥିବା ଦୁଇ ରଥକୁ ଟାଣି ନେଉଚନ୍ତି ସ୍ରଦ୍ଧାଳୁ । ଏବେ ନଦିଘୋଷ ରଥକୁ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ । ଆସନ୍ତାକାଲି ଆଡ଼ପ ମଣ୍ଡପରେ ବିଜେ କରିବେ ଚତୁର୍ଦ୍ଧାମୁରତି। ଶୁକ୍ରାବର ଦିନ ଗୁଣ୍ଡିଚା ମନ୍ଦିରରେ ଭକ୍ତମାନେ ଆଡ଼ପ ଅବଢ଼ା ପାଇପାରିବେ। ଏପଟେ ବଳଭଦ୍ରଙ୍କ ରଥ ସରଧାବାଲିରେ ଲାଗିବା ପୂର୍ବରୁ ରାତି ହୋଇଯାଇଥିବାରୁ ସନ୍ଧ୍ୟା ପରେ ରଥ ଟଣାଯିବାକୁ ନେଇଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି।ନିର୍ଘଣ୍ଟ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଗତକାଲି ରଥ ନପହଞ୍ଚି ପାରିବା ନେଇ ବହୁ ଭକ୍ତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶାସ୍ତ୍ରରେ ଉଲ୍ଲେଖ ଥିବା ମତ ଓ ବହୁବର୍ଷ ଧରି ଚାଲି ଆସୁଥିବା ବ୍ୟବସ୍ଥା ଭିତରେ ଅନ୍ତର ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସେମାନେ ମତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *