ପଞ୍ଜାବର ଲୁଧିଆନାରେ ହୋଇଛି ଏକ ବଡ ଧରଣର ଗ୍ୟାସ ଦୁର୍ଘଟଣା, 9 ଜଣଙ୍କ ମୃତ୍ୟୁ

ପଞ୍ଜାବର ଲୁଧିଆନାରେ ଗ୍ୟାସ ଲିକ ହେବାରୁ ଏକ ବଡ ଧରଣର ଦୁର୍ଘଟଣା ଘଟିଯାଇଛି । ଲୁଧିଆନାର ଗ୍ୟାସପୁରା ଠାରେ ହୋଇଥିବା ଏହି ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏହା ବ୍ୟତିତ 10 ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପୋଲିସ ଟିମ୍ ପହଞ୍ଚି ପୂରା ଅଞ୍ଚଳକୁ ସିଲ୍ କରିଦେଇଛନ୍ତି ।

ଏହା ବ୍ୟତିତ ଦମକଳ ବାହିନୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଆମ୍ବୁଲାନ୍ସ ଜରିଆରେ ଆହତଙ୍କୁ ମେଡିକଲରେ ଭର୍ତ୍ତି କରାଯାଇଛି । ମେଡିକାଲରେ ସେମାନଙ୍କର ଚିକିତ୍ସା ଚାଲିଛି ।

ଲୁଧିଆନା ପୋଲିସର କହିବା ମୁତାବକ, ସହରର ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଦୁର୍ଘଟଣା ଘଟିଛି । ଗ୍ୟାସ ଲିକ୍ ହେବା କାରଣରୁ ଅନେକ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି । ସେମାନଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *