Month: January 2024

  • Preventivne strategije za Hallux Valgus: Celovit vodnik do zdravih stopal

    Preventivne strategije za Hallux Valgus: Celovit vodnik do zdravih stopal

    Hallux valgus, splošno znan kot bunion, je deformacija palca na nogi, ki povzroči njegovo odstopanje proti drugemu prstu. To je razširjeno stanje stopal, ki je lahko posledica različnih dejavnikov, vključno z genetiko, neprimerno obutvijo in biomehanskimi težavami. Čeprav obstajajo možnosti zdravljenja, ima preventiva ključno vlogo pri ohranjanju optimalnega zdravja stopal. Ta članek obravnava učinkovite strategije preprečevanja, pri čemer se osredotoča na spremembe življenjskega sloga in proaktivne ukrepe za zmanjšanje tveganja za razvoj hallux valgusa . (more…)

  • ଲୁଟେରା ଚି଼ହ୍ନଟ ପରେ ମଧ୍ୟ ପୋଲିସ ନିରବତାକୁ ନେଇ ଏସପିଙ୍କ ଦ୍ବାରସ୍ଥ ସୀତାଂଶୁ

    ଲୁଟେରା ଚି଼ହ୍ନଟ ପରେ ମଧ୍ୟ ପୋଲିସ ନିରବତାକୁ ନେଇ ଏସପିଙ୍କ ଦ୍ବାରସ୍ଥ ସୀତାଂଶୁ

    ବ୍ୟାଙ୍କ ଆଗରୁ ୩ ଲକ୍ଷ ଝାମ୍ପିନେଲେ ଲୁଟେରା । ଥାନାରେ ଏତଲା ପରେ ପୋଲିସ ସନ୍ଦେହରେ ଦୁଇ ଜଣକୁ ଅଟକ ରଖି ପଚରା ଉଚୁରା କରୁଛି କହୁଥିବା ବେଳେ କିନ୍ତୁ ଲୁଟର ଶିକାର ବ୍ୟକ୍ତି ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସେ ଲୁଟେରାଙ୍କୁ ଚି଼ହ୍ନଟ କରିଥିଲେ ମଧ୍ୟ ପୋଲିସର ନିରବତାକୁ ନେଇ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିଯୋଗକାରୀ। ଏପରି ଅଭିଯୋଗ ଆସିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ବିରୋଧରେ।

    ସୂଚନା ଅନୁଯାୟୀ, ଗତମାସ ୪ ତାରିଖ ଅପରାହ୍ନ ୧ଟା୩୦ରେ ଧାନ ବ୍ୟବସାୟୀ ସୀତାଂଶୁ ଶେଖର ବିଶ୍ବାଳ ଚାଷୀମାନଙ୍କ ଧାନ ଟଙ୍କା ଦେବା ପାଇଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ତିନି ଲକ୍ଷ ଟଙ୍କା ଉଠାଇ ଏକ ବ୍ୟାଗରେ ଭର୍ତ୍ତି କରି ନେଉଥିବା ବେଳେ ଅନ୍ୟ ଏକ ମୋଟର ସାଇକେଲରେ ତିନି ଜଣ ଆସି ସୀତାଂଶୁଙ୍କ ଗାଡ଼ିକୁ ଅଟକାଇ ଧାରୁଆ ଅସ୍ତ୍ର ତାଙ୍କ ବେକରେ ଲଗାଇ ବ୍ୟାଗ ଛଡାଇ ଆଖି ପିଛୁଳାକେ ରାଣୀଚାଲ ଆଡକୁ ଚାଲିଯାଇଥିଲେ।

    ସୀତାଂଶୁ ଉପସ୍ଥିତ ବୁଦ୍ଧି ଖଟାଇ ତୁରନ୍ତ ୧୧୨କୁ ଫୋନ କରିଥିଲେ। ପୋଲିସ ତଦନ୍ତ କରି ୨ ଜଣଙ୍କୁ ଗିରଫ କରି ଥାନାରେ ରଖିଥିଲା। ସେମାନଙ୍କଠାରୁ ଦୁଇଟି ଖଣ୍ଡା ମଧ୍ୟ ଜବତ କରାଯାଇଥିଲା। ସୀତାଂଶୁ ମଧ୍ୟ ଅଟକ ଦୁଇଜଣଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନଟ କରିଥିଲେ। ଏସବୁ ସତ୍ତ୍ବେ ୧ ମାସ ବିତିଯାଇଥିଲେ ମଧ୍ଯ ପୋଲିସ ନିରବ ବସିଛି। ଥାନାକୁ ଦୌଡି ଦୌଡି ନୟାନ୍ତ ହେଲେଣି ହେଲେ କିଛି ଫଳ ମିଳୁନାହିଁ। ଅନ୍ୟପଟେ ଚାଷୀମାନେ ସୀତାଂଶୁଙ୍କୁ ବସେଇ ଉଠେଇ ଦେଉନାହାନ୍ତି ଟଙ୍କା ପାଇଁ। ତେଣୁ ଏସପିଙ୍କ ନିକଟରେ ସୀତାଂଶୁ ଅଭିଯୋଗ କରିଛନ୍ତି। 7 ଦିନ ମଧ୍ୟରେ ଉଚିତ ନ୍ୟାୟ ନମିଳେ ଆସନ୍ତା 12 ତାରିଖରୁ ଆମରଣ ଅନଶନରେ ବସିବେ ବୋଲି କହିଛନ୍ତି ସୀତାଂଶୁ |

    ଚରମ୍ପା ଟ୍ରକ୍ ଆସୋସିଏସନରେ ଥିବା ସି.ସି.ଟି.ଭିରେ ଲୁଟର ଚିତ୍ର କଏଦ ହୋଇଛି। ତଥାପି ପୋଲିସର ନିରବତା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସେପଟେ ଏସପିଙ୍କ ନିକଟରେ ଅଭିଯୋଗ ପରେ କେବେ ସୀତାଂଶୁଙ୍କ ସମସ୍ୟାର ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା.

  • ଜାଗା ମିଶନ ହୋଡିଂ ହଟାଇବାକୁ ନେଇ ଥାନାରେ ମାମଲା

    ଜାଗା ମିଶନ ହୋଡିଂ ହଟାଇବାକୁ ନେଇ ଥାନାରେ ମାମଲା

    ସରକାରଙ୍କ ଜାଗା ମିଶନ ହୋଡିଂ ହଟିବା ପରେ ଅଞ୍ଚଳରେ ଅସନ୍ତୋଷ। ହୋଡିଂ ହଟାଇଥିବା କର୍ତ୍ତୃପକ୍ଷଙ୍କ ବିରୋଧରେ ହୋଇଛି ଥାନାରେ ଅଭିଯୋଗ। ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଥାନା ଆଗରେ ଏକତ୍ରୀତ ହୋଇ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଜଗତସିଂହପୁର ପାରାଦୀପ ପୋର୍ଟ ଅଧୀନରେ ଥିବା ପିପିଏଲ ପୋଲିସ ଷ୍ଟେସନରେ ପିପିଏଲ କର୍ତ୍ତୃପକ୍ଷଙ୍କ ବିରୋଧରେ ହୋଇଛି ଅଭିଯୋଗ ।

    ସୂଚନା ମୁତାବକ ପାରାଦ୍ୱୀପ ପୌରପାଳିକାର ୭ ନମ୍ବର ୱାର୍ଡ ଶାରଳା କଲୋନୀରେ ପୌରପାଳିକା ତରଫରୁ ଲଗାଯାଇଥିଲା ଜାଗା ମିଶନ ବୋର୍ଡ । ହେଲେ ଏହାକୁ ପିପିଏଲର ମାନବ ସମ୍ବଳ ଅଧିକାରୀ ସୁଧୀ ରଞ୍ଜନ ମିଶ୍ର କମ୍ପାନୀର ସିକ୍ୟୁରିଟି ଗାର୍ଡମାନଙ୍କୁ ଲଗାଇ ବାହାର କରିଥିଲେ। ଏହାକୁ ନେଇ ତେଜିଛି ଅସନ୍ତୋଷ। ପିରିଏଲ ଅଧିକାରୀ ବୋର୍ଡ ହଟାଇବା ସହ ଅଶ୍ଳୀଳ ଅଶ୍ଳୀଳ ଭାଷାରେ ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଗୁଲଜ କରିଥିବା ଅଭିଯୋଗ କରାଯାଉଛି।

    ଏଥିସହ ୭ ନମ୍ବର ୱାର୍ଡର ପରିଷଦ ସରୋଜିନୀ ସାହୁଙ୍କ ସମେତ ଶତାଧିକ ଲୋକ ପିପିଏଲ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ନବୀନ ପଟ୍ଟନାୟକ ସାଧାରଣ ଲୋକଙ୍କ ବିକାଶର ସ୍ବପ୍ନ ଦେଖୁଥିବା ବେଳେ ପିପିଏଲ ସାର କାରଖାନାର ର ଜଣେ ବରିଷ୍ଠ ଅଧିକାରୀ ସରକାରଙ୍କ ଯୋଜନାର ବୋର୍ଡକୁ ଫୋପାଡିବାକୁ ନିନ୍ଦା କରାଯିବା ସହ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି।

    ୭ ନମ୍ବର ୱାର୍ଡର ଶତାଧିକ ୱାର୍ଡ ବାସିନ୍ଦା ପୋଲିସରେ ଲିଖିତ ଅଭିଯୋଗ କରିବା ସହ ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି। ଯଥାଶୀଘ୍ର ଦୋଷୀ କୁ ଦଣ୍ଡବିଧାନ ଦାବି କରିଛନ୍ତି l ଯଦି ଏହି ଘଟଣା ରେ ଟାଳଟୁଳ ନୀତି ଅବଲମ୍ବନ କରାଯାଏ ତେବେ ଆଗାମୀ ଦିନରେ ୭ ନମ୍ବର ୱାର୍ଡ ବାସିନ୍ଦା ରାଜରାସ୍ତା କୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି l

  • ଲକ୍ଷ୍ମୀ ମାଝୀ ମୃତ୍ଯୁର ୧୫ ଦିନ ବିତି ଯାଇଥିଲେ ସୁଧା ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ବିଫଳ ପୋଲିସ

    ଲକ୍ଷ୍ମୀ ମାଝୀ ମୃତ୍ଯୁର ୧୫ ଦିନ ବିତି ଯାଇଥିଲେ ସୁଧା ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ବିଫଳ ପୋଲିସ

    ରାୟଗଡାରେ ୧୨ ଘଣ୍ଟିଆ ବନ୍ଦ ପାଳନ । ଜିଲ୍ଲା ଆଦିବାସୀ ମହାସଂଘ ଡାକରାରେ ବନ୍ଦ ପାଳନ କରାଯାଉଛି । ମା’ ଗୃହ ୱାର୍ଡନ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରି ଜିଲ୍ଲା ଆଦିବାସୀ ମହାସଂଘ ବନ୍ଦ ପାଳନ କରୁଛି । ପରିତାପର ବିଷୟ କି ଯେ,ଆଜିକୁ ୧୫ ଦିନ ହେଲା ପରେ ମଧ୍ୟ ଆସାମିକୁ ପୋଲିସ ଧରିବାରେ ବିଫଳ ହୋଇଛି । ଏଣୁ ଏହାର ପ୍ରଦିବାଦରେ ଏହି ଘଟଣାର ମୁଖ୍ୟ ଆସାମୀ ଓ ସହଯୋଗୀ ଦୋଷୀ ମାନଙ୍କୁ
    ଗିରଫ କରି ଫାଶୀଦଣ୍ଡ ଏବଂ ସ୍ବର୍ଗତ ଲକ୍ଷ୍ମୀଙ୍କୁ ନ୍ୟାୟ ଦେବା ଦାବୀରେ ଆଜି  ଆଦିବାସୀ ସମାଜ, କାଶୀପୁର ତରଫରୁ ବନ୍ଦ ପାଳନ କରାଯାଇଛି ।

    ତେବେ ଦେଖିବାକୁ ବାକି ରହିଲା କେବେ ମା ଗୃହ ୱାର୍ଡନ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ମାମଲାର ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିବାରେ ସଫଳ ହେଉଛି

  • ବିଡିଓର ପରିଚୟ ଦେଇ ଇନ୍ଦିରା ଆବାସ ଗୃହ ପାଇଁ ୨୦ ହଜାର ଠକିନେଇଥିବା ଠକକୁ ଧରିଲା ପୋଲିସ

    ବିଡିଓର ପରିଚୟ ଦେଇ ଇନ୍ଦିରା ଆବାସ ଗୃହ ପାଇଁ ୨୦ ହଜାର ଠକିନେଇଥିବା ଠକକୁ ଧରିଲା ପୋଲିସ

    ବିଡିଓର ପରିଚୟ ଦେଇ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳରୁ ଟଙ୍କା ଚୋରି ଘଟଣାରେ ପୁଲିସକୁ ମିଳିଛି ବଡ଼ ସଫଳତା।ଜିଲ୍ଲାର ଜଣା ଶୁଣା କୁଖ୍ୟାତ ଅପରାଧି ଇଶ୍ଵର ମହାଳିକଙ୍କୁ ଗିରଫ କରିଛି ପୋଲିସ ।ଏହା ସହ ତାର ମୁଖ୍ୟ ସହଯୋଗୀ ମଧ୍ୟ ପୋଲିସ ହାତରେ ଧରା ପଡ଼ିଛି। ଏବଂ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ୭୫ ଟି ମାମଲା ରହିଥିବା ବାଲେଶ୍ୱର ଏସପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

    ସୁଚନା ଅନୁଯାୟୀ ନିଜକୁ ବିଡିଓର ପରିଚୟ ଦେଇ ଇନ୍ଦିରା ଆବାସ ଗୃହ ଦେବା ଆଳରେ ୨୦ ହଜାର ଠକି ନେଉଥିବା ଡିସେମ୍ବର ୩୦ ତାରିଖ ରେ ପଣ ପଣା ଅଞ୍ଚଳର ସୁଲୋଚନା ପ୍ରଧାନ ଖନ୍ତାପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ।ତେବେ ଏହି ଘଟଣାର ତଦନ୍ତ କରି ବାଲେଶ୍ଵର ସଦର ଏସଡିପିଓ ଏବଂ ଖନ୍ତାପଡା ପୁଲିସ୍ ଘଟଣାରେ ମୁଖ୍ୟ ସଂପୃକ୍ତ ଥିବା ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଛି।

  • ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ଗ୍ରାମବାସୀଙ୍କ ବିରୋଧ

    ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ଗ୍ରାମବାସୀଙ୍କ ବିରୋଧ

    ପ୍ରସ୍ତାବିତ ବିଦେଶୀ ମଦ ଦୋକାନ ଖୋଲିବାକୁ ବିରୋଧ କରି ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହେଲେ ଗ୍ରାମବାସୀ ଓ ସରପଞ୍ଚ । ବିଝାଂରପୁର ବ୍ଲକ ଶାସନ୍ଦା ପଞ୍ଚାୟତରେ ଅବକାରୀ ବିଭାଗ ପକ୍ଷରୁ ନୁତନ ମଦ ଦୋକାନ ଖୋଲାଯିବାକୁ ନିଷ୍ପତି ହୋଇଛି । ଏହାକୁ ବିରୋଧ କରି ସ୍ଥାନୀୟ ସରପଞ୍ଚ କାମଦେବ ଧଳଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ବନ୍ଦ କରିବାକୁ ନେଇ ଲିଖିତ ଅଭିଯୋଗ କରିଛନ୍ତି । ଯାଜପୁର ପଣସା ପଂଚାୟତରେ ଖୋଲା ଯିବାକୁ ଥିବା ମଦ ଦୋକାନକୁ ସ୍ଥାନୀୟ ଲୋକ ବିରୋଧ କରିବାରୁ ତରବରିଆ ଭାବେ ଅବକାରୀ ବିଭାଗ କାହାରିକୁ ସୁଚନା ନଦେଇ ଶାସନ୍ଦା ଗ୍ରାମରେ ଦୋକାନ ଖୋଲିବାକୁ ନିଷ୍ପତି ନେଉଥିବା କହିଛନ୍ତି ସ୍ଥାନୀୟ ସରପଞ୍ଚ । ଖାଲି ସେତିକି ନହେଁ ଯେଉଁଠାରେ ମଦ ଦୋକାନ ଖୋଲା ହେଉଛି ସେଠାରୁ ମାତ୍ର କିଛି ଦୁରରେ ମନ୍ଦିର,ସ୍କୁଲ, ବସ୍ତି, ସରକାରୀ ପ୍ରକଳ୍ପ ଆଦି ରହିଥିବାରୁ ଏଠାରେ ମଦ ଦୋକାନ ଖୋଲା ଗଲେ ଜନ ସାଧାରଣ ସ୍କୁଲ କଲେଜ ପିଲା ଓ ମହିଳା ମାନେ ବିଶେଷ ଭାବେ ପ୍ରଭାବିତ ହେବା ନେଇ କହିଛନ୍ତି ।

    ତେବେ ପ୍ରଶାସନ ଯଦି ଏହି ନିଷ୍ପତିକୁ ନ ବଦଳାଇଲେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ସରପଂଚ ଓ ଗ୍ରାମବାସୀ ଚେତାବନି ଦେଇଛନ୍ତି ।

  • ଭାରତୀୟ ଜନତା ପାଟି ପକ୍ଷରୁ ଆଜି କଳାହାଣ୍ଡି ଜିଲ୍ଲାରେ ବନ୍ଦ ପାଳନ

    ଭାରତୀୟ ଜନତା ପାଟି ପକ୍ଷରୁ ଆଜି କଳାହାଣ୍ଡି ଜିଲ୍ଲାରେ ବନ୍ଦ ପାଳନ

    This image has an empty alt attribute; its file name is WhatsApp-Image-2024-01-04-at-15.50.01-1024x768.jpeg

    କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ଆଜି କଳାହାଣ୍ଡି ଜିଲ୍ଲାରେ ବନ୍ଦ ପାଳନ । ସକାଳ ୬ଟା ରୁ ସନ୍ଧ୍ୟା ୬ଟା ଯାଏଁ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ଅଖ, ଚକ, ଦୋକାନ, ବଜାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ ସରକାରୀ ଅଫିସ ବନ୍ଦ ରହିଥିଲା । କଳାହାଣ୍ଡି ଜିଲ୍ଲା ମଣ୍ଡିରେ ଚାଷୀ ସମସ୍ୟା, ଧାନ କଟନି ଛଟନି, କପାର ଅଭାବୀ ବିକ୍ରି, ସହରାଞ୍ଚଳରେ ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ବିଜେପି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି।ଏହି ସବୁ ସମସ୍ୟାର ସମାଧାନ ଦାବିରେ ପୂର୍ବରୁ ବିଜେପି ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକ୍, ଆର୍ ଆଇ ଅଫିସ ଘେରାଉ କରାଯାଇଥିଲା। ପ୍ରଶାସନ ଏ ନେଇ କୌଣସି ପଦକ୍ଷେପ ନ ନେବାରୁ ଆଜି ବନ୍ଦ ପାଳନ କରାଯାଇଥିବା କହିଛି ବିଜେପି।

    ତେବେ ଦୀର୍ଘ ଦିନର ଧାରଣା, ଅଫିସ ଘେରାଉ ସତ୍ତ୍ୱେ ଦାବି ଶୁଣିଲାନି ପ୍ରଶାସନ। ଶେଷରେ କଳାହାଣ୍ଡି ଜିଲ୍ଲାର ଚାଷୀଙ୍କ ହିତ ଦୃଷ୍ଟିରୁ ଆଜି ରାସ୍ତାକୁ ଓହ୍ଲାଇଛି ଜିଲ୍ଲା ବିଜେପି।

  • ଓଡ଼ିଶାରେ JN.1ଆକ୍ରାନ୍ତ ଚିହ୍ନଟ

    ଓଡ଼ିଶାରେ JN.1ଆକ୍ରାନ୍ତ ଚିହ୍ନଟ

    ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସୁସ୍ଥ

    ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ । କୋଭିଡର ନୂଆ ଭାରିଆଣ୍ଟ JN-1ରେ 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 2 ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସୁସ୍ଥ ଥିବାବେଳେ ବ୍ୟକ୍ତି ଜଣକ ସୁନ୍ଦରଗଡ଼ ଜିଲ୍ଲାର ହୋଇଥିବା ସୂଚନା ମିଲିଛି । ଅନ୍ୟ ଜଣେ ଆକ୍ରାନ୍ତ ଭୁବନେଶ୍ବରର ହୋଇଥିବା ବେଲେ ବର୍ତ୍ତମାନ୍ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

    ଦିନକୁ ଦିନ କରୋନା ସଂକ୍ରମଣ ମାମଲା ବଢ଼ି ବଢ଼ି ଚାଲିଥିବା ବେଳେ । ଓଡିଶାରେ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେଉଛି । ଯାହା ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଦେଇଛି।

  • ବିଞ୍ଝାରପୁର ବ୍ଲକରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

    ବିଞ୍ଝାରପୁର ବ୍ଲକରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

    ସମଗ୍ର ରାଜ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ସଡ଼କ ସୁରକ୍ଷା ପାଇଁ ପାଳିତ ହେଉଛି ସଡ଼କ ସୁରକ୍ଷା ସପ୍ତାହ । ଆଜି ବିଂଝାରପୁର ବ୍ଲକରେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ନିଆରା ଢଙ୍ଗରେ ଏହାକୁ ପାଳିତ କରାଯାଇଛି । ଯମରାଜ ବେଶରେ ଆସିଥିବା ବ୍ୟକ୍ତି ଗାଡିଚାଳକ ମାନଙ୍କୁ ସଡ଼କ ସୁରକ୍ଷା ମାନି ଗାଡି ଚଳାଇବାକୁ ସଚେତନ କରିବା ସହ ଅମାନୀଆ ଗାଡି ଚାଳକ ମାନଙ୍କୁ ତାଗିଦ୍ କରୁଥିବା ଦେଖିବାକୁ ମିଳିଥିଲା । ଏକ ଶୋଭାଯାତ୍ରା ମାଧ୍ୟ୍ୟମରେ ସ୍ଥାନୀୟ ଜନସାଧାରଣ ମାନଙ୍କୁ ଟ୍ରାଫିକ ନିୟମ ମାନି ଗାଡି ଚଳାଇବାକୁ ସଚେତନ କରାଯାଇଥିଲା। ଏହି ଶୋଭାଯାତ୍ରାଟି ବିଂଝାରପୁର ଥାନା ଠାରୁ ବାହାରି ସମ୍ପୂର୍ଣ ବିଞ୍ଝାରପୁରର ବଜାର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ବହୁ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କ ସମେତ ପରିବହନ ବିଭାଗର ଅଧିକାରୀ ଏବଂ ବିଞ୍ଝାରପୁର ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପଟେ ନିୟମିତ ଭାବେ ଟ୍ରାଫିକ ଚେକିଂ କରି ଜନ ଜୀବନ ବଞ୍ଚାଇବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।

  • +୨ ଛାତ୍ରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

    +୨ ଛାତ୍ରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

    This image has an empty alt attribute; its file name is 222-1024x575.png

    ଚମ୍ପୁଆ ଉପଖଣ୍ଡ ଝୁମ୍ପୁରା ଥାନା ଅନ୍ତର୍ଗତ ଖେଣ୍ଡରା ଠାରେ ଥିବା ଝୁମ୍ପୁରା ଆଦର୍ଶ ବିଦ୍ୟାଳୟ ର ଜଣେ +୨ ଛାତ୍ର ଆତ୍ମହତ୍ୟା କରିଥିବା ଜଣା ପଡିଛି। ଆତ୍ମହତ୍ୟା କରିଥିବା ଛାତ୍ର ହେଲେ ସଦର ଥାନା ଅନ୍ତର୍ଗତ ମଧୁପୁର ଗ୍ରାମର ହରିଶ କୁମାର ମାଝୀ । ସେ ଖେଣ୍ଡରା ସ୍ଥିତ ଆଦର୍ଶ ବିଦ୍ୟାଳୟ ରେ +୨ ଶ୍ରେଣୀ ରେ ପାଠ ପଢୁଥିବା ସହିତ ସେ ଖେଣ୍ଡରା ଗ୍ରାମର ଗଣେଶ୍ବର ମହାନ୍ତଙ୍କ ଘରେ ମେସରେ ରହୁଥିଲେ। ଗତ ୨ ତାରିଖ ସେ ସ୍କୁଲ ରୁ ଫେରି ବାହାରୁ ଆସୁଛି କହି ମେସ ରୁ ଯାଇଥିଲେ କିନ୍ତୁ ବହୁ ସମୟ ଧରି ସେ ନ ଫେରିବାରୁ ମେସ ମାଲିକ ଏ ନେଇ ସନ୍ଧ୍ୟା ରେ ତାଙ୍କ ବାପା ଖଗେଶ୍ବର ମାଝୀଙ୍କୁ ଖବର ଦେଇଥିଲେ। ଖବର ପାଇ ଖଗେଶ୍ବର ଓ ତାଙ୍କ ସ୍ତ୍ରୀ ଆସି ଅନେକ ଖୋଜା ଖୋଜି କରିଥିଲେ ହେଁ ତାଙ୍କୁ ପାଇ ନ ଥିଲେ। ତେବେ ଆଜି ଖେଣ୍ଡରା ନିକଟବର୍ତୀ ଆରଡେଇ ନଦୀ କୂଳରେ ଏକ ପଳାଶ ଗଛରେ ଝୁଲନ୍ତା ଅବସ୍ଥାରେ ହରିଶଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଏ ନେଇ ଖଗେଶ୍ବର ଝୁମ୍ପୁରା ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିବା ବେଳେ ଆତ୍ମହତ୍ୟାର କାରଣ ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ।