ବୋଲେରୋ ଦୁର୍ଘଟଣାରେ ୨ ମୃତ, ୨ ଗୁରୁତର ମେଡିକାଲରେ ଭର୍ତ୍ତି

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବୋଲେରୋରେ ବରଯାତ୍ରୀ ଦଳ ଯାଉଥିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଦୁଇ ଜଣଙ୍କ ଜୀବନ ଯାଇଛି ।

ସୂଚନା ଅନୁସାରେ କୋଇଡ଼ା ଅଞ୍ଚଳରୁ ଏକ ବୋଲେରୋ ବାହାରିଥିଲା । ବରଯାତ୍ରୀଙ୍କୁ ନେଇ ଚମ୍ପୁଆ ରାସ୍ତାରେ ଯୋଡ଼ା ଯାଉଥିଲା ବୋଲେରୋ । ତେବେ ରାମଚନ୍ଦ୍ରପୁର ନିକଟରେ ରାସ୍ତାରେ ଥିବା ଏକ ଗଛକୁ ପିଟିଥିଲା ଗାଡ଼ି । ଘଟଣାସ୍ଥଳରେ ଦୁଇ ଜଣ ପ୍ରାଣ ହରାଇଥିଲେ । ଏହି ଦୁର୍ଘଟଣାରେ ଆଉ ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଗୁରୁତରଙ୍କ ଅବସ୍ଥା ଏବେ ସ୍ଥିର ଥିବା ସୂଚନା ମିଳିଛି ।

ସେପଟେ ଘଟଣାରେ ମୃତ୍ୟୁ ହୋଇଥିବା ୨ ଜଣଙ୍କ ପରିଚୟ ଏଯାଏ ସ୍ପଷ୍ଟ ହୋଇନି । ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଲା ସେ ନେଇ କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *