ରାୟଗଡାରେ ୧୨ ଘଣ୍ଟିଆ ବନ୍ଦ ପାଳନ । ଜିଲ୍ଲା ଆଦିବାସୀ ମହାସଂଘ ଡାକରାରେ ବନ୍ଦ ପାଳନ କରାଯାଉଛି । ମା’ ଗୃହ ୱାର୍ଡନ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରି ଜିଲ୍ଲା ଆଦିବାସୀ ମହାସଂଘ ବନ୍ଦ ପାଳନ କରୁଛି । ପରିତାପର ବିଷୟ କି ଯେ,ଆଜିକୁ ୧୫ ଦିନ ହେଲା ପରେ ମଧ୍ୟ ଆସାମିକୁ ପୋଲିସ ଧରିବାରେ ବିଫଳ ହୋଇଛି । ଏଣୁ ଏହାର ପ୍ରଦିବାଦରେ ଏହି ଘଟଣାର ମୁଖ୍ୟ ଆସାମୀ ଓ ସହଯୋଗୀ ଦୋଷୀ ମାନଙ୍କୁ
ଗିରଫ କରି ଫାଶୀଦଣ୍ଡ ଏବଂ ସ୍ବର୍ଗତ ଲକ୍ଷ୍ମୀଙ୍କୁ ନ୍ୟାୟ ଦେବା ଦାବୀରେ ଆଜି ଆଦିବାସୀ ସମାଜ, କାଶୀପୁର ତରଫରୁ ବନ୍ଦ ପାଳନ କରାଯାଇଛି ।
ତେବେ ଦେଖିବାକୁ ବାକି ରହିଲା କେବେ ମା ଗୃହ ୱାର୍ଡନ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ମାମଲାର ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିବାରେ ସଫଳ ହେଉଛି