
୨୦୨୫ ଏପ୍ରିଲ 22 ତାରିଖର ସେ ଛାତି ଥରା ଘଟଣା ମନରୁ ନ ଯାଉଣୁ ଏବେ ପୁଣି ଥରେ ପେହଲଗାମରେ ଲାଗିଛି ରକ୍ତର ଛିଟା | ଜାମୁ-କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ ସାମ୍ନାକୁ ଆସିଛି , ଯେଉଁଥିରେ ଦୁଇ ଦୁଇଟି ନିରୀହ ଜୀବନ ଯାଇଥିବା ଜଣାପଡିଛି | ବିନା କାରଣରେ ବାହାରୁ ଆସିଥିବା ଦୁଇ ଜଣ ଶ୍ରମିକଙ୍କୁ ଅତର୍କିତ ଗୁଳି ମାଡ଼ କରାଯାଇଛି | | ।ଛତିଶଗଡ଼ର ଦୁଇଜଣ ହିନ୍ଦୁ ଶ୍ରମିକ କୁଲଗାମ ଅଞ୍ଚଳରେ ଏକ ଇଟା ଭାଟିରେ କାମ କରୁଥିବା ବେଳେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ଆକ୍ରମଣ ପରେ, ଏହି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି |ତେଣୁ ଏଠାରେ ହାଇ ଆଲର୍ଟ ଜାରିକରଯାଇଛି । ସୁରକ୍ଷା ବାହିନୀ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଗତ ୧୦ ଦିନ ମଧ୍ୟରେ ଦକ୍ଷିଣ କାଶ୍ମୀରରେ ଦୁଇ ଦୁଇଥର ଆତଙ୍କବାଦୀ ଆକ୍ରମଣ ଘଟିଛି |ଏହା ସୁରକ୍ଷା ବ।ହିନୀଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି।
ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮ଟା ୩୦ ସମୟରେ ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାର କେଲମ ଅଞ୍ଚଳରେ ଏକ ଇଟା ଭାଟିରେ କାମ କରୁଥିବା ଦୁଇ ଅଣ-ସ୍ଥାନୀୟ ଶ୍ରମିକଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଆତଙ୍କବାଦୀମାନେ ପ୍ରଥମେ ଦୁଇ ଶ୍ରମିକଙ୍କୁ ସେମାନଙ୍କ ପରିଚୟ ପଚାରିଥିଲେ । ଯାହାପରେ ଅତର୍କିତ ଗୁଳି ଚାଳନା କରିଥିଲେ । ଉଭୟ ଶ୍ରମିକ ଛତିଶଗଡ଼ର ଦୀପକ ରାତ୍ରେ ଏବଂ ଭୋପିନ୍ଦର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ଦୀପକଙ୍କର ମୃତ୍ୟୁ ହୋଇଥିବାବେଳେ ଭୋପିନ୍ଦରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲ ଏବଂ ଅବସ୍ଥା ସଂକଟାପନ୍ନ ହେବାରୁ ଶେର-ଏ-କାଶ୍ମୀର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ କୁ ସ୍ଥାନାନ୍ତର କରାଯାଇଥିଲା । ଭୋପିନ୍ଦରଙ୍କ ଡାହାଣ ପଟ ଛାତିରେ ଗୁଳି ବାଜିଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ, ଗତ ୧୦ ଦିନ ମଧ୍ୟରେ ଦକ୍ଷିଣ କାଶ୍ମୀରରେ ଏହା ଦ୍ୱିତୀୟ ବଡ଼ ଆତଙ୍କବାଦୀ ଆକ୍ରମଣ । ଏହା ପୂର୍ବରୁ ଜୁଲାଇ ୨୨ରେ ଅନନ୍ତନାଗର ଲାଲ ଚୌକରେ ଅମରନାଥ ଯାତ୍ରା ଡ୍ୟୁଟିରେ ଥିବା ହେଡ୍ କନଷ୍ଟେବଲ ଆଶିକ୍ ହୁସେନ କୁରେଶୀଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ ।
ଏହି ଘଟଣାକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଇ ତୀବ୍ର ନିନ୍ଦା କରିଛନ୍ତି । ସେ ଏହାକୁ କାପୁରୁଷୋଚିତ ଆକ୍ରମଣ ବୋଲି କହିବା ସହ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।
ଏପଟେ ଜମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଏହି ଆତଙ୍କବାଦୀ ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଘଟଣା ପରେ ସେ ପୁଲିସ ମହାନିର୍ଦ୍ଦେଶକ ଓ ବରିଷ୍ଠ ସୁରକ୍ଷା ଅଧିକାରୀମାନଙ୍କ ସହ ପରିସ୍ଥିତିର ସମୀକ୍ଷା କରିଛନ୍ତି। ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀମାନଙ୍କୁ ଶୀଘ୍ର ଠାବ କରି ଗିରଫ କରିବା ସହ ସର୍ଚ୍ଚ ଅପରେସନକୁ ଆହୁରି ତୀବ୍ର କରିବାକୁ ସେ ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏଭଳି ବାରମ୍ବାର ଗୋଟିଏ ସ୍ଥାନକୁ ଟାର୍ଗେଟ କରି ଆକ୍ରମଣ କରାଯାଉଥିବାରୁ ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗକୁ କେଉଁ ପଦକ୍ଷେପ ନିଆଯାଉଛ ହଃଇ ତାହା ଦେଖିବାକୁ ବାକି ରହିଲା