ଆମ ଶାନ୍ ଆମ ଜାନ୍ ଆମ ଦିଲ୍ ତ୍ରିରଙ୍ଗା । ଶାନ୍ତି ଏକତା ଓ ବଳିଦାନର ପ୍ରତୀକ ଆମ ତ୍ରିରଙ୍ଗା । ରାତି ପାହିଲେ ଦେଶ ପାଳିବ ସ୍ଵାଧୀନତା ଦିବସ । ଆଉ ଏହି ପରୀପ୍ରେକ୍ଷୀରେ ଜିଲ୍ଲା ରାଜ୍ୟ ତଥା ଦେଶର କୋଣେ ଅନୁକୋଣେ ଧୁମ୍ ଧାମରେ ପାଳନ କରିବାକୁ ସମସ୍ତେ ତତ୍ପର । ଏଥି ସହିତ ଦେଶର ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀ ନରେନ୍ଦ୍ର ମୋଦିଙ୍କ ତତ୍ତ୍ଵାବଧାନରେ ସାରା ଦେଶରେ ଘର ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏଥି ସହିତ ଓଡ଼ିଶାରେ ମଧ୍ୟ ଘର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଯାଇଛି ।
ଆଜି ଗଞ୍ଜାମ ଜଗନ୍ନାଥ୍ ପ୍ରସାଦ ବ୍ଲକ ଅନ୍ତର୍ଗତ ପ୍ରତାପୂର ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ ହୋଇ ରୁଢ଼ାପଦର ଗ୍ରାମ ପଞ୍ଚାୟତ ଯାଏଁ ଏକ ବିଶାଳ ବାଇକ୍ ରାଲିରେ ଶତାଧିକ ଭାରତୀୟ ଯୋଗଦେଇ ଭାରତ ମାତାର ଜୟ ଗାନ୍ କରିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ସରପଞ୍ଚ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଅନ୍ୟପଟେ ଜିଲ୍ଲା ସାଙ୍ଗଠନିକ ବିଜେପି ସଭାପତି ନୀଳମାଧବ ପାତ୍ର ସମେତ ଅଞ୍ଚଳର ବହୁ ସରପଞ୍ଚ, ସମିତି ସଭ୍ୟ ସହ ବହୁ ବିଜେପି କର୍ମୀ ଯୋଗଦେଇଥିଲେ ।