
ଦେବାଧିଦେବ ମହାଦେବଙ୍କ ଅତି ପ୍ରିୟ ପବିତ୍ର ଶ୍ରାବଣ ମାସ ଆରମ୍ଭ ହୋଇସାରିଛି। ଏହି ମାସରେ ଦେଶର ବିଭିନ୍ନ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼ ବଢ଼ିଥିବା ବେଳେ, ଶିବଙ୍କ ଆଶୀର୍ବାଦ ପାଇବାକୁ ଅନେକେ ବ୍ରତ, ଉପବାସ ଓ ରୁଦ୍ରାଭିଷେକ କରୁଛନ୍ତି। କିନ୍ତୁ ଶାସ୍ତ୍ର ଏବଂ ଜ୍ୟୋତିଷ ମତାନୁସାରେ, ଏହି ପବିତ୍ର ମାସରେ କିଛି କାମ ଏଡ଼ାଇବା ମଧ୍ୟ ସମାନ ଭାବେ ଜରୁରୀ। ଅଜାଣତରେ କରାଯାଇଥିବା କିଛି ଭୁଲ ମହାଦେବଙ୍କୁ ଅସନ୍ତୁଷ୍ଟ କରିପାରେ ବୋଲି ବିଶ୍ୱାସ ର
ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ସବୁଠୁ ପବିତ୍ର ମାସ ଭାବେ ମନାଯାଏ। ମାନ୍ୟତା ଅନୁସାରେ, ଏହି ସମୟରେ ଭଗବାନ ଶିବ ଏବଂ ମାତା ପାର୍ବତୀ ମର୍ତ୍ତ୍ୟଲୋକକୁ ବିଚରଣ କରିଥାନ୍ତି। ଭକ୍ତିଭାବର ସହ ଶିବଙ୍କ ପୂଜା କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।କେବଳ ପୂଜା-ପାଠ କିମ୍ବା ଉପବାସ କଲେ ହେବ ନାହିଁ, ବରଂ ଆଚରଣରେ ମଧ୍ୟ ସଂଯମ ରଖିବାକୁ କୁହାଯାଇଛି। ଏହି ମାସରେ ମଦ୍ୟପାନ, ମାଂସାହାର, ଅସତ୍ୟ କହିବା, କାହାକୁ ଅପମାନ କରିବା କିମ୍ବା ଅନାବଶ୍ୟକ କ୍ରୋଧ କରିବାକୁ ଶାସ୍ତ୍ରରେ ବାରଣ କରାଯାଇଛି।
ସେହିପରି ଶିବଲିଙ୍ଗରେ ତୁଳସୀ ପତ୍ର, କେତକୀ ଫୁଲ କିମ୍ବା ଚମ୍ପା ଫୁଲ ଅର୍ପଣ ନ କରିବାକୁ ଧାର୍ମିକ ପରମ୍ପରାରେ କୁହାଯାଇଛି। ବିଶ୍ୱାସ ରହିଛି ଯେ, ଶୁଦ୍ଧ ମନ, ସତ୍ କର୍ମ ଓ ଭକ୍ତିଭାବ ସହ ମହାଦେବଙ୍କ ଆରାଧନା କଲେ ସେ ପ୍ରସନ୍ନ ହୋଇ ସୁଖ, ଶାନ୍ତି ଓ ସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତି।ତେଣୁ ଏହି ପବିତ୍ର ଶ୍ରାବଣ ମାସରେ ପୂଜା ସହ ଆଚରଣରେ ମଧ୍ୟ ସତର୍କ ରୁହନ୍ତୁ। ଭକ୍ତି, ସଂଯମ ଓ ସଦାଚାର ହିଁ ମହାଦେବଙ୍କ କୃପା ପାଇବାର ପ୍ରକୃତ ମାର୍ଗ ବୋଲି ଧାର୍ମିକ ବିଶ୍ୱାସ ରହିଛି।