ଯୋଡ଼ା-ବଡ଼ବିଲରେ ଶ୍ରୀଜୀଉଙ୍କ ଘୋଷଯାତ୍ରା

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୁଣ୍ଡିଚାଯାତ୍ରା କେବଳ ପୁରୀରେ ନୂହେଁ, ବିଶ୍ବର କୋଣ ଅନୁକୋଣରେ ପାଳିତ ହେଉଛି। କେନ୍ଦୁଝର ଜିଲ୍ଲାର ଯୋଡ଼ା-ବଡ଼ବିଲ ଓ ଆଖ ପାଖ ଅଂଚଳରେ ଶ୍ରୀଜୀଉଙ୍କ ଘୋଷଯାତ୍ରା ଭକ୍ତିମୟ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି । ସକାଳୁ ଚତୁର୍ଦ୍ଧାମୂର୍ତିଙ୍କର ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବାପରେ ଅପରାହ୍ନରେ ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତି ରଥାରୁଢ଼ କରାଯାଇଥିଲା । ବଡ଼ବିଲରେ ଶ୍ରୀଜୀଉମାନେ ରଥାରୁଢ଼ ହେବାପରେ ତହସିଲଦାର ଡି. ଏସ. ଯୋଶୀ ଛେରାପହଁରା କରିଥିଲେ । ଏହାପରେ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଭକ୍ତମାନେ ହରିବୋଲ ପକାଇ ରଥକୁ ଶ୍ରୀ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଟାଣି ନେଇଥିଲେ । ବର୍ଷା ଲାଗି ରହିଥିଲେ ବି ଭକ୍ତଙ୍କ ମଧ୍ୟରେ ଉତ୍ସାହ କମ୍ ହୋଇ ନଥିଲା।

ସେହିପରି ଯୋଡ଼ାରେ ମଧ୍ୟ ଭକ୍ତିମୟ ପରିବେଶରେ ରଥଟଣା ଅନୁଷ୍ଠିତ ହୋଇଛି । ରଥାରୁଢ଼ ଶ୍ରୀଜୀଉମାନଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଘୋଷଯାତ୍ରାରେ ସାମିଲ ହୋଇଥିଲେ । ରଥ ଦଉଡି଼ ଧରି ହରି ବୋଲ, ହୁଳହୁଳି ପକାଇ ରଥକୁ ଟାଣି ନେଇଥିଲେ ଭକ୍ତ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *