ପାରାଦୀପ ପୌରପରିଷଦ ୧୫ ନମ୍ବର ୱାର୍ଡରେ ବିଜେପି ପାରାଦୀପ ନଗର ପକ୍ଷରୁ ଏକ ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ବଡପଡିଆ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ପାରାଦୀପ ବିଧାୟକ ତଥା ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ, ଜଗତସିଂହପୁର ସାଂସଦ ବିଭୂ ପ୍ରସାଦ ତରାଇ ଯୋଗ ଦେଇଥିଲେ। ଏହି ମିଶ୍ରଣ ପର୍ବରେ ୧୫ ନମ୍ବର ୱାର୍ଡର କାଉନସିଲର ସୌଦାମିନୀ ସାହୁ ଓ ଷଣ୍ଢକୁଦର ଯୁବନେତା ସଂଗ୍ରାମ ଦାସ ଙ୍କ ନେତୃତ୍ବରେ ଶତାଧିକ ବିଜେଡି ଓ କଂଗ୍ରେସ ଦଳର କାର୍ଯ୍ୟକର୍ତା ମାନେ ନିଜ ନିଜ ଦଳକୁ ପରିତ୍ୟାଗ କରି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇଛନ୍ତି।
ଯଶସ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ବଳିଷ୍ଠ ନେତୃତ୍ବ ଓ ଦକ୍ଷ କାର୍ଯ୍ୟଶୈଳୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ କାଯ୍ୟଦକ୍ଷତା ଉପରେ ଆସ୍ଥା ପ୍ରକଟ କରି ଆଜି ଶତାଧିକ ବିଜେଡି, କଂଗ୍ରେସର କାର୍ଯ୍ୟକର୍ତା ମାନେ ସ୍ଵଇଛାରେ ବିଜେପିରେ ଯୋଗ ଦେଇଛନ୍ତି ଏବଂ ଆଗାମୀ ଦିନରେ ସେମାନଙ୍କ ଯୋଗଦାନ ତୃଣମୂଳ ସ୍ତରରେ ଦଳର ସଂଗଠନକୁ ଆହୁରି ମଜବୁତ କରିବ ବୋଲି ମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ । ସେହିପରି ଲୋକଙ୍କ ସରକାରରେ ଲୋକମାନେ ହିଁ ସର୍ବେସର୍ବା, ଆଜି ଲୋକମାନେ ସରକାରଙ୍କ ପ୍ରତି ଆସ୍ଥା,ବିଶ୍ଵାସ,ଭରଷା ପ୍ରକଟ କରିଛନ୍ତି ବୋଲି ଜଗତସିଂହପୁର ସାଂସଦ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ମିଶ୍ରଣ ପର୍ବରେ ଶତାଧିକ ଜନପ୍ରତିନିଧି, ମହିଳା, ଯୁବକ ଓ ବୁଦ୍ଧିଜୀବୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।