
ଆଜିର ବ୍ୟସ୍ତବହୁଳ ଜୀବନଶୈଳୀରେ ବହୁତ ଲୋକ ଡେରିରେ ଘରକୁ ଫେରିବା, କାର୍ଯ୍ୟଚାପ, କ୍ଲବ୍ ଓ ମନୋରଞ୍ଜନ ପରେ ରାତ୍ରିରେ ବହୁ ଡେରିରେ ଖାଦ୍ୟ ଖାଉଛନ୍ତି | ଏହି ଅଭ୍ୟାସ ଦେଖିବାକୁ ସାଧାରଣ ଲାଗିଥିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରୁଛନ୍ତି। ବିଶେଷଜ୍ଞମାନଙ୍କ ମତାନୁସାରେ, ଆପଣ ରାତିରେ କ’ଣ ଖାଉଛନ୍ତି ସେଥିରେ ଯେତେ ଗୁରୁତ୍ୱ ରହିଛି, କେତେବେଳେ ଖାଉଛନ୍ତି ସେଥିରେ ମଧ୍ୟ ସମାନ ଗୁରୁତ୍ୱ ରହିଛି। ଶୋଇବା ପୂର୍ବରୁ ଅଧିକ ଡେରିରେ ଭୋଜନ କରିଲେ ଶରୀରକୁ ଖାଦ୍ୟ ହଜମ କରିବା ପାଇଁ ପ୍ରୟାପ୍ତ ସମୟ ମିଳେନାହିଁ। ଫଳରେ ଅମ୍ଳପିତ୍ତ, ଗ୍ୟାସ୍, ଅଜୀର୍ଣ୍ଣ, ନିଦ୍ରାହୀନତା ପରି ସମସ୍ୟା ଦେଖାଦେଇପାରେ।

ଡାକ୍ତରମାନଙ୍କ ପରାମର୍ଶ ଅନୁଯାୟୀ, ଶୋଇବାର ଅତି କମରେ ୨ ରୁ ୩ ଘଣ୍ଟା ପୂର୍ବରୁ ରାତ୍ରିଭୋଜନ କରିବା ଉଚିତ। ହାଲୁକା ଓ ସହଜ ପାଚ୍ୟ ଖାଦ୍ୟ ଗ୍ରହଣ କଲେ ନିଦ୍ରା ଭଲ ହୁଏ ଓ ସକାଳେ ଉଠିବାବେଳେ ତାଜା ଅନୁଭବ ହୁଏ। ଅନେକ ଲୋକ ୮ ଘଣ୍ଟା ଶୋଇଥିଲେ ମଧ୍ୟ ସକାଳେ କ୍ଳାନ୍ତ ଲାଗୁଥିବା କଥା କହନ୍ତି। ବିଶେଷଜ୍ଞମାନେ କହୁଛନ୍ତି, ଦେରରେ ଭୋଜନ ଏହାର ମୂଳ କାରଣ ହୋଇପାରେ। ଏହା ଶରୀରର ମେଟାବଲିଜମ୍କୁ ପ୍ରଭାବିତ କରି ଓଜନ ବୃଦ୍ଧିର ସମସ୍ୟା ମଧ୍ୟ ସୃଷ୍ଟି କରେ। ବିଶେଷକରି ମଧୁମେହ, ଉଚ୍ଚ ରକ୍ତଚାପ ଓ ମୋଟାପାରେ ପୀଡ଼ିତ ଲୋକମାନଙ୍କ ପାଇଁ ସଅଳ ରାତ୍ରିଭୋଜନ ଅତ୍ୟନ୍ତ ଉପକାରୀ। ସମୟରେ ଓ ସୀମିତ ପରିମାଣରେ ଭୋଜନ କରିବା ଶରୀରକୁ ସୁସ୍ଥ ରଖିବା ସହ ମାନସିକ ଏକାଗ୍ରତା ବଢ଼ାଇଥାଏ।

ସେଥିପାଇଁ କଣ କରିବେ ଆପଣ ଆସନ୍ତୁ ଜାଣିବା | ସନ୍ଧ୍ୟା ୭ଟାରୁ ୮ଟା ମଧ୍ୟରେ ଭୋଜନ ଶେଷ କରନ୍ତୁ , ତାହା ସହ ହାଲୁକା ଓ କାମ ତେଲିଆ ଖାଦ୍ୟ ଖାଆନ୍ତୁ | ଶୋଇବା ପୂର୍ବରୁ ଭାରି ଖାଦ୍ୟ ଓ ମିଠା ଗ୍ରହଣ କରନ୍ତୁ | ସୁସ୍ଥ ରହିବାକୁ କେବଳ ଉପଯୁକ୍ତ ଖାଦ୍ୟ ନୁହେଁ, ଠିକ୍ ସମୟରେ ଖାଇବା ମଧ୍ୟ ସମାନ ଭାବେ ଆବଶ୍ୟକ।