ବରଯାତ୍ରୀଙ୍କ ପାଇଁ କାଳ ସାଜିଲା ପୋଖରୀ

ଢ଼େଙ୍କାନାଳ ସଦର ଥାନା ଇନ୍ଦିପୁର, ଛାଟିଆ ଗ୍ରାମ ନିକଟରେ ଗତ ବିଳମ୍ବିତ ରାତିରେ ଏକ ବରଯାତ୍ରୀ କାର ପୋଖରୀ ଭିତରକୁ ଭାରସାମ୍ୟ ହରାଇ ପଶିଯାଇଥିଲା। କାର୍ ଭିତରେ ଥିବା ସାତ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ପାଞ୍ଚ ଜଣଙ୍କ ଜୀବନ ହରାଇଛନ୍ତି | ସମସ୍ତ ମୃତାହତଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।


ବାଙ୍ଗୁରସିଂହ ଗ୍ରାମ ର ସନ୍ତୋଷ କୁମାର ସାହୁ ଙ୍କର ପୁତ୍ର ଅଭିଷେକ ସାହୁ ଢେ଼ଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମର ରୋହିତ କୁମାର ପୃଷ୍ଟି ଙ୍କ କନ୍ୟା ସହିତ ବିବାହ କରିବା ପାଇଁ ଯାଉଥିବା ବେଳେ ଗୋଟିଏ ଗାଡି ଚାଇଁପୁର କୁ ଆସି ଅନ୍ୟ ଦୁଇ ଜଣ ବରଯାତ୍ରୀଙ୍କୁ ନେଇ ଇନ୍ଦିପୁର ରାସ୍ତା ଦେଇ ଗଲାବେଳେ ଗାଡିଟି ଭାରସାମ୍ୟ ହରାଇ ପୋଖରୀ ଭିତରେ ପଶି ଯାଇଥିଲା।
ଦୁର୍ଘଟଣା ଗ୍ରସ୍ଥ କାରଟିକୁ ଅଗ୍ନିଶମ ବିଭାଗ ଓ ଗ୍ରାମବାସୀ ମିଳିତ ପରଚେଷ୍ଠରେ ପୋଖରୀରୁ ବାହାର କରିଥିଲେ ।

ଏ ସମ୍ପକରେ ଅଗ୍ନିଶମ ବାହିନୀ ଠାରୁ ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜୀବନ ହରାଇଥିବା ବ୍ୟକ୍ତି ବିଶେଷଙ୍କୁ ପୋଷ୍ଟମର୍ଟମ ନିମନ୍ତେ ଢେ଼ଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ ଜାରି ରଖିଛନ୍ତି ।ଏହି ଦୁଃଖଦ ଖବର ପାଇବାପରେ ଵାଙ୍ଗୁରସିଂହ ଓ ଇନ୍ଦିପୁର ଗ୍ରାମରେ ଶୋକାର ଛାୟା ଖେଳି ଯାଇଛି |