ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା ମତୋ ବସ୍ତି ନିକଟରେ ହୋଇଛି ସଡ଼କ ଦୁର୍ଘଟଣା । ଏକ ପିକଅପ ଭ୍ୟାନ ଧକ୍କାରେ ୫ ବର୍ଷ ଶିଶୁପୁତ୍ରର ମୃତ୍ୟୁ ହୋଇଛି । ସେକ ଆଜାରୁଦିନ ଙ୍କ ପୁଅ ଏସ କେ ଆନସାର ରାସ୍ତା ଅତିକ୍ରମ କରୁଥିବା ସମୟରେ ପିକଅପ ଭ୍ୟାନଟି ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା । ଯାହା ଫଳରେ ଶିଶୁଟି ର ପେଟରେ ଗଭିର କ୍ଷତ ସୃଷ୍ଟି ହୋଇଥିଲା । ସଙ୍ଗେ ସଙ୍ଗେ ପରିବାର ଲୋକେ ଶିଶୁ ଟିକୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଶିଶୁଟିର ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କଟକ ସ୍ଥାନାନ୍ତର କରିଥିଲେ । ହେଲେ ଅଧାବାଟରେ ହିଁ ଶିଶୁ ଟିର ମୃତ୍ୟୁ ହୋଇଥିବା ଜଣା ପଡିଛି । ମୃତ୍ୟୁ ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେପଟେ ପରିବାର ଲୋକଙ୍କ ସମେତ ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ଟାୟାର ଜାଳି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଖବରପାଇ ମତୋ ଫାଣ୍ଡି ପୋଲିସ, ଚାନ୍ଦବାଲି ପୋଲିସ ଓ ବାଶଂଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍ଲିକ ଓ ଅତିରିକ୍ତ ତହସିଲଦାର ଠାକୁର ଦାସ ଙ୍କ ସମେତ ଏସଡିପିଓ ପହଞ୍ଚି ଉତ୍ୟକ୍ତ ଲୋକ ଙ୍କୁ ବୁଝାସୁଝା କରିଥିଲେ । ଏବଂ ସେମାନଙ୍କ ଦାବୀ ପୂରଣ ପାଇଁ ପ୍ରତିଶୃତି ଦେବା ପରେ ରାସ୍ତା ସ୍ଥାନୀୟ ଲୋକେ ରାସ୍ତା ଅବରୋଧରୁ ଉଠିଥିଲେ ।