ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ରାଜ୍ୟରେ ଚାଲୁଥିବା “ବିକାଶ ଧାରା ଓଡିଶା” କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି କୋରେଇ ବ୍ଲକ ସମ୍ମିଳନୀ ଗୃହରେ ବ୍ଲକ ସ୍ତରୀୟ କୃଷକ, ଉଦ୍ୟାନ ଓ ମସ୍ଚ୍ୟ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।କୃଷି ଅଧିକାରୀ ନିରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବ୍ଲକର ସମସ୍ତ ପଞ୍ଚାୟତରୁ ପ୍ରାୟ ୨୦୦ ଚାଷୀ ଅଂଶଗ୍ରହଣ କରିଥିଲେ। ଶିବିରରେ ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ପ୍ରଣାଳୀ, ମସ୍ଚ୍ୟ ଚାଷ ତଥା ସରକାରୀ ଯୋଜନାଗୁଡିକର ଲାଭ ଉଠାଇବା ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା ଓ ପ୍ରଶିକ୍ଷଣ ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଅବନୀକାନ୍ତ ସାହୁ ସଭାପତିତ୍ୱ କରିଥିବା ବେଳେ ଉଦ୍ୟାନ ବିଭାଗ ଅଧିକାରୀ ଅମ୍ଲାନଜ୍ୟୋତି ସର, ପ୍ରାଣୀ ଚିକିତ୍ସା ଅଧିକାରୀ ଦେବାଶିଷ ଜେନା, ସହକାରୀ କୃଷି ଅଧିକାରିଣୀ ମଧୁମିତା ବାରିକ ଏବଂ ଏଏଫଓ ଅତନୁ କୁମାର ସ୍ୱାଇଁ ଅତିଥି ଭାବେ ଯୋଗ ଦେଇଥିଲେ।ଅତିଥିମାନେ ଉନ୍ନତ ପ୍ରଣାଳୀରେ ଚାଷ କରି ସରକାରୀ ଯୋଜନାର ସହାୟତା ନେବା, ମାଟିର ସ୍ୱାସ୍ଥ୍ୟ ସୁରକ୍ଷା ଓ କୃଷକଙ୍କ ସଶକ୍ତିକରଣ ଦିଗରେ ଗୁରୁତ୍ୱ ଦେଇଥିଲେ। “କ୍ଷେତ ବଞ୍ଚାୟ ଅଭିଯାନ”ରେ ସାମିଲ ହୋଇ ସୁସ୍ଥ ମାଟି, ସଶକ୍ତ କୃଷକ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଅଗ୍ରସର ହେବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା।ଶିବିରଟି ଚାଷୀମାନଙ୍କ ପାଇଁ ଜ୍ଞାନବର୍ଦ୍ଧକ ଓ ଉପକାରୀ ସାବିତ ହୋଇଥିଲା।