କେଶଦୁରାପାଳ ଗ୍ରାମରେ ମା ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ

ଘସିପୁରା ବ୍ଲକ କେଶଦୁରାପାଳ ଗ୍ରାମରେ ଦୁଇ ଦିନ ଧରି ମା’ମଙ୍ଗଳା ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି। ପ୍ରଥମେ ବଡ ପୋଖରୀରୁ କଳସ ପୂଜା ପରେ ସରପଞ୍ଚ ମାନସୀ ମହାରଣା ଙ୍କସହ ଶତାଧିକ ମହିଳା କଳସ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରି ମା’ଙ୍କ ପୀଠ ପର୍ଯ୍ୟନ୍ତ ନେଇଥିଲେ। ପୂଜକ ବୃନ୍ଦାବନ ଷଡ଼ଙ୍ଗୀ,ଦାଶରଥି ଆର୍ଚାର୍ଯ୍ୟ,ଦେବପ୍ରସାଦ ମିଶ୍ରଙ୍କ ଦ୍ୱାରା ସବୁ ରିତିନିତି ଅନୁଯାୟୀ ପୂଜା ଅର୍ଚ୍ଚନା ଚାଲିଥିବା ବେଳେ କର୍ତ୍ତା ଓ କର୍ତ୍ତୀ ଭାବେ କୃଷ୍ଣଚନ୍ଦ୍ର ବିନ୍ଧାଣୀ ପତ୍ନୀ ଜମ୍ବୁବତୀ ବିନ୍ଧାଣୀ, ନୀଳମଣି ଓଝା ଓ ପତ୍ନୀ ଜୋତ୍ସାରାଣୀ ଓଝା ପୂଜା ସଂକଳ୍ପ ବସି ମା ମଙ୍ଗଳା ଆଶିଷ ଭିକ୍ଷା କରିଛନ୍ତି।

ମଙ୍ଗଳବାର ଦିନ ସୂର୍ଯ୍ୟ ନାରାୟଣ ପୂଜା ,ପଞ୍ଚକର୍ମ ଓ ଅଗ୍ନି ସ୍ଥାପନ ସାହାଡ଼ା ବୃକ୍ଷ ପୂଜନ ଓ ଶାଖା ଛେଦନ ,ରତ୍ନମୁଦ କରଣ , ସୂର୍ଯ୍ୟ ପୂଜା ,ଗୋ ପୂଜନ,ଧରିତ୍ରୀ ପୂଜନ , ମାଙ୍କ ଷୋଡ଼ସହସ୍ର ପୂଜା ହୋଇଥିଲା । ବୁଧବାର ପୂର୍ଣ୍ଣାହୁତି ହେବ। ସହ ସନ୍ଧ୍ୟାରେ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।ଏଥିରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ କରାଯାଇଥିଲା,ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଏହି କାର୍ଯ୍ୟକ୍ରମକୁ କମିଟି ସଦସ୍ୟ ପୂର୍ବତନ ସରପଞ୍ଚ ପଶୁରାମ ମହାରଣା ,ଭିକାରୀ ଚରଣ ବିନ୍ଧାଣି , ରାଜ କିଶୋର ସୁତାର ,ଶତ୍ରୁଘ୍ନ ବିନ୍ଧାଣି ,ବସନ୍ତ ବେହେରା ଅନ୍ୟ ସମସ୍ତ ସଦସ୍ୟ ପ୍ରମୁଖ ସହଯୋଗ କରିଥିଲେ ।