କୋରାପୁଟ ରାଜ୍ୟ ଓୟୁଜେ ଆହ୍ୱାନ କ୍ରମେ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ (କେ ଜେଡ ଏସ ଏସ) ପକ୍ଷରୁ ସଭାପତି ଶଶଧର ରାଉତ ଙ୍କ ନେତୃତ୍ବରେ ଶ୍ରମିକ ଦିବସ କୁ ପ୍ରତିବାଦ ଦିବସ ରୁପେ ପାଳନ କରାଯାଇଛି ।
ରାଜ୍ୟ ସରକାର ସାମ୍ବାଦିକଙ୍କ ପେନସନ ଏକ୍ରିଡେସନ ଓ ପ୍ରୋଟେକସନ ଭଳି ତିନି ପ୍ରମୁଖ ମୈଳିକ ଦାବି କୁ ଏଯାଏଁ ପୂରଣ କରିନାହାନ୍ତି। ଦେଶର ବିଭିନ୍ନ ରାଜ୍ୟରେ ସାମ୍ବାଦିକଙ୍କୁ ଏହି ସବୁ ସ୍ଵତନ୍ତ୍ର ସୁବିଧା ପ୍ରଦାନ କରାଯାଉଥିବା ବେଳେ ଓଡ଼ିଶାରେ ଏଯାଏଁ ଏହା କାର୍ଯ୍ୟକାରୀ ହୋଇ ନଥିବାରୁ ଆଜି ଓୟୁଜେ ଡାକରା ରେ ଅନୁବନ୍ଧିତ ସମସ୍ତ ଜିଲ୍ଲା ଏହାକୁ ପ୍ରତିବାଦ ଦିବସ ରୁପେ ପାଳନ କରିଛନ୍ତି।
କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ସ୍ଥାନୀୟ ପ୍ରେସ କ୍ଳବ୍ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ରେ ପହଞ୍ଚି ଥିଲେ।।
ରାଜ୍ୟ ସରକାର ସାମ୍ବାଦିକ ଙ୍କ ନ୍ୟାର୍ଯ୍ୟ ଦାବି ଙ୍କୁ ଶିଘ୍ର ପୁରଣ କରନ୍ତୁ ନ ହେଲେ ଆଗାମୀ ଦିନରେ ବିଧାନସଭା ସମ୍ମୁଖରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ।
ସମସ୍ତ ସାମ୍ବାଦିକ କଳାବ୍ୟାଜ ପରିଧାନ କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଉଦ୍ଦେଶ୍ୟରେ ଏକ ତିନି ଦଫା ସମ୍ବଳିତ ଦାବି ପତ୍ର ଅତିରିକ୍ତ ଜିଲ୍ଲାପାଳ ନରେଶ ଚନ୍ଦ୍ର ଶବର ଙ୍କୁ ପ୍ରଦାନ କରାଯାଇଥିଲା।
ଏଥିରେ ସଂଘ ର ବରିଷ୍ଠ ଉପଦେଷ୍ଠା ଭବାନୀ ଶଙ୍କର ମିଶ୍ର, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲିପ୍ କୁମାର ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତୁଷାର କାନ୍ତ ମହାନ୍ତି, କାର୍ଯ୍ୟକାରୀ ସଭାପତି ଶରତ ନାୟକ, ଉପସଭାପତି ଜଗତ ଜୀବନ କଞ୍ଚିମ, ସମ୍ପାଦକ ରଞ୍ଜନ କୁମାର ଦାସ, କୋଷାଧ୍ୟକ୍ଷ ଘନଶ୍ୟାମ ରଥ,ସଂଗଠନ ସମ୍ପାଦକ ପରମେଶ୍ଵର ସାହୁ, ଯୁଗ୍ମ ସମ୍ପାଦକ ଯୁଧିଷ୍ଠିର ବାଘ , ଶେଖ୍ ଇବ୍ରାହିମ୍ , କ୍ଷୀରୋଦ ଭୋଲ ଙ୍କ ସମେତ ବହୁ ବରିଷ୍ଠ ଏବଂ କନିଷ୍ଠ ସାମ୍ବାଦିକ ଉପସ୍ଥିତ ଥିଲେ।
