‘ସେ ଜଣେ ଭଲ କ୍ରିକେଟର, ହେଲେ ସେ ଭଲ ମଣିଷ ନୁହେଁ ‘, ମହମ୍ମଦ ଶାମିଙ୍କ ବିଷୟରେ ଏମିତି କହିଲେ ହସିନ ଜାହାଁ

ଅନ୍ତର୍ଜାତୀୟ ବିଶ୍ୱକପ- ୨୦୨୩ ରେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ପରେ ମହମ୍ମଦ ଶାମି ଏବେ ଚର୍ଚ୍ଚାରେ | ଏହି ସମୟରେ ତାଙ୍କ ପତ୍ନୀ ହସିନ ଜାହାଁ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ସେ ଜଣେ ଭଲ କ୍ରିକେଟର, କିନ୍ତୁ ଜଣେ ଭଲ ମଣିଷ ବି ହୋଇଥାନ୍ତେ! ସେ କହିଛନ୍ତି, ଯେଉଁମାନେ ମୋତେ ବ୍ୟକ୍ତିଗତ ଭାବେ ଜାଣନ୍ତି ସେମାନେ ଜାଣନ୍ତି ଯେ ମୋ ସହିତ ଭୁଲ ହୋଇଛି | ସେ କହିଥିଲେ, କେତେ ବଢିଆ ହେଇଥାନ୍ତା ମୁଁ, ମୋ ଝିଅ ଏବଂ ସେ ଏକାଠି ରହି ଭଲ ଜୀବନ ବିତାଇପାରିଥାନ୍ତେ । ସେ କହିଛନ୍ତି, ଏହା ଅତ୍ୟନ୍ତ ଖୁସିର ବିଷୟ ଯେ ଆମ ଦେଶ ଫାଇନାଲ ଜିତି ବିଶ୍ୱକପ ଆମ ପାଖକୁ ଆଣୁ ​​|

ହସିନ ଜାହାଁ କହିଛନ୍ତି ଯେ, ତାଙ୍କର ଏବଂ ଶାମିଙ୍କ ସମ୍ପର୍କକୁ ତାଙ୍କ କ୍ୟାରିୟର ସହିତ ଯୋଡ଼ା ନ ଯାଉ କାରଣ କାରଣ ତାଙ୍କର କ୍ୟାରିୟର ଅଛି, ଯାହା ତାଙ୍କ ବ୍ୟକ୍ତିଗତ ଜୀବନର ସମ୍ପର୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ, ଅର୍ଥାତ୍ ମୋର ଏବଂ ତାଙ୍କ ମଧ୍ୟରେ ବିବାଦର କ୍ୟାରିୟର ସହିତ କୌଣସି ଲେଣ ଦେନ ନାହିଁ।

ହସିନ ଜାହାଁ କହିଛନ୍ତି, ଜାଣିଶୁଣି ନକାରାତ୍ମକ କଥା ମୋ ବିଷୟରେ ବିସ୍ତାର କରାଯାଇଛି । ଯେଉଁ ବ୍ୟକ୍ତିଙ୍କ ସହ ମୋର ଲଢ଼େଇ ଚାଲୁଛି , ସେ ଆର୍ଥିକ ଦୃଷ୍ଟିରୁ ବହୁତ ଶକ୍ତିଶାଳୀ | ମୋ ବିରୁଦ୍ଧରେ ତାଙ୍କ ପାଖରେ ଏକ ଟିମ ଅଛି ଯିଏକି କ୍ରମାଗତ ଭାବରେ ମୋତେ ଦୁର୍ବ୍ୟବହାର କରନ୍ତି | ବେଳେବେଳେ ଏହି ଚିନ୍ତାଧାରା ମୋ ହୃଦୟରେ ଆସେ ଯେ ଆମେ ଏକାଠି ବଞ୍ଚିଥାନ୍ତେ କିନ୍ତୁ ଶାମିଙ୍କ ନକରାତ୍ମକ ମନ ଏବଂ ଲୋଭ ହେତୁ ଆମେ ଆଜି ଏଭଳି ପରିସ୍ଥିତିରେ ଅଛୁ |

Leave a Reply

Your email address will not be published. Required fields are marked *