ଭାଇର ଅକଥନୀୟ ନିର୍ଯାତନା ଭିଡିଓ ଭାଇରାଲ ପରେ ଥାନାରେ ଅଭିଯୋଗ କଲେ ଭଉଣି

ଭାଇକୁ ନିର୍ଯାତନା ଦିଆଯାଉଥିବାର ଏକ ଭିଡିଓ ଭାଇରାଲ ପରେ ଭଉଣୀ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏ ଭଳି ଘଟଣା ସାମ୍ନାକୁ ଆସିଛି ପଟ୍ଟାମୁଣ୍ଡାଇ ଥାନା ଖଦ୍ରା ଛତ୍ରଧାରି ପାଟଣା ଗାଁରେ । ପ୍ରଥମେ ଅକଥନୀୟ ନିର୍ଯାତନା? ପରେ କପଡ଼ା ଖୋଲି ପିଟିବା ସହ ଜୀବନରୁ ମାରିବାକୁ ଧମକ ? ଆଉ ତାପରେ ପରେ ଭିଡିଓ କଲେ ଭାଇରାଲ ? ଏହି ଭାଇରାଲ ଭିଡିଓ ଏବେ ହସଖୁସିର ସଂସାର ରେ ଯେପରି ଗ୍ରହଣ ଲାଗିଯାଇଛି । ତେବେ ଭାଇର ଏଭଳି ଭିଡିଓ ଦେଖି ସେପଟେ ଭଉଣୀ ଆନନ୍ଦିତା ଥାନାରେ ଅଭିଯୋଗ କରିଛନ୍ତି । ପ୍ରଥମେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପରେ କେନ୍ଦ୍ରାପଡ଼ା ଟାଉନ ଥାନା ରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ସନ୍ଦୀପ ନାମକ ଯୁବକ ଆକାଶ ବେହେରା ଙ୍କୁ ଏକ କାଠ ଫାଳିଆରେ ବାଡେଇବା ସହ ଆସିଳ ଭାଷାରେ ଗାଳି ଗୁଲଜ ସହ ତାଙ୍କୁ ଉଠ ବସ କରିବା ଓ ଜୀବନ ରୁ ମାରିବାକୁ ଧମକ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି । ତେବେ ଏହାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଏବେ ଆକାଶ କୌଣସି ପତା ମିଳିନାହିଁ । ସେପଟେ ପୋଲିସ ଯଥାଶିଘ୍ର ଏହାର ତଦନ୍ତ କାରୀ ଅଭିଯୁକ୍ତକୁ କୋଠାର ଦଣ୍ଡ ଦେବା ପାଇଁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *