ଧର୍ମଶାଳାରେ ୬.୬୧ କୋଟି ଟଙ୍କାର ଦୁଇ ରାସ୍ତା ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ ହିମାଂଶୁ ଶେଖର ସାହୁ

ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଦ୍ୱାରା ଦୁଇଟି ରାସ୍ତା ପ୍ରକଳ୍ପର ଶିଳାନ୍ୟାସ ଧର୍ମଶାଳା ବ୍ଲକର ଦୁଇଟି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତୀକରଣ ପାଇଁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ସୋମବାର ଶିଳାନ୍ୟାସ କରିଛନ୍ତି।ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୁସ୍ତିରା ବାତ୍ୟା ଆଶ୍ରୟସ୍ଥଳୀ ଠାରୁ ଖପରାନଳି ଦେଇ ଅଣ୍ଟିଆ ଉପରସାହି ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ ଓ ଉନ୍ନତିକରଣ ପାଇଁ ୩ କୋଟି ୪୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ।

ସେହିପରି, କଣ୍ଟିଗଡ଼ିଆ ଠାରୁ କୁସୁନପୁର ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତୀକରଣ ପାଇଁ ୩ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ଅନ୍ୟ ଏକ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରାଯାଇଥିଲା।ଏହି ଦୁଇଟି ରାସ୍ତାର କାମ ସମ୍ପୂର୍ଣ୍ଣ ହେଲେ ଅଞ୍ଚଳର ହଜାର ହଜାର ଲୋକ ସୁବିଧାଜନକ ଓ ସୁରକ୍ଷିତ ଯାତାୟାତ ସୁବିଧା ପାଇବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

କାର୍ଯ୍ୟକ୍ରମରେ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ସମେତ ବ୍ଲକ ଅଧ୍ୟକ୍ଷା ସୁଚିସ୍ମିତା ସାହୁ, ବିଜେପି ଜୋନ୍ ସଭାପତି ଶିବୁଲି ଧୀର, ଦେବଦତ୍ତ ପଣ୍ଡା, ଜିତେନ୍ଦ୍ର ରାଉତ, ରାଜେଶ ପାଳ, ଅଭିଶେକ ରାଉତ, ଅରୂପାନନ୍ଦ ଜେନା, ବିଶ୍ୱଜିତ ପୃଷ୍ଟି ଓ ଉପେନ୍ଦ୍ର କର ପ୍ରମୁଖ ଉପସ୍ଥିତ ଥିଲେ।ଉଭୟ ସ୍ଥାନରେ ବହୁ ସଂଖ୍ୟକ ବିଜେପି କର୍ମୀ ଯୋଗଦେଇ ବିଧାୟକ ଶ୍ରୀ ସାହୁଙ୍କୁ ଖୋଲା ଜିପ୍‌ରେ ବସାଇ ବାଜା ଓ ଆତସବାଜି ସହ ଶୋଭାଯାତ୍ରାରେ ଶିଳାନ୍ୟାସ ସ୍ଥଳକୁ ପାଛୋଟି ନେଇଥିଲେ।