ପ୍ରେମଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖିଲେ ଆଉ ବିବାହ କରିବେ କରିବେ କହି ଭୁଆଁ ବୁଲାଇ କୁଆଡେ ଉଭାନ ହୋଇଗଲେ ଧୋକାବାଜ ପ୍ରେମିକ I ଏବେ କେବଳ ଭାଗ୍ୟକୁ ଆଦରି ବାହୁନି ବାହୁନି କାନ୍ଦୁଛି ଗର୍ଭବତି ଅନ୍ନାଥ ଝିଅ I ଏମିତି ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଗର୍ଭବତି ଅନ୍ନାଥ ଝିଅ ତାଙ୍କ ଧୋକାବାଜ ପ୍ରେମିକ ନାଁରେ I ତେବେ ବିବାହର ମିଥ୍ୟା ପ୍ରତିଶୃତିଦେଇ ପ୍ରେମ କଲେ ପରେ ଶାରୀରିକ ସମ୍ପର୍କରଖି ଗର୍ଭବତୀ ମଧ୍ୟ କରାଇଥିଲେ, ହେଲେ ୭ମାସ ଗର୍ଭପରେ ପ୍ରେମିକ ଛୁ I ହଁ ଆଜ୍ଞା ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖୋ ଦ ରାଜଧାନୀ ଉପକଣ୍ଟ ନୀଳାଦ୍ରି ବିହାର ହରେକୃଷ୍ଣ ନଗର ବସ୍ତିରେ ଅନାଥ ଝିଅଟିକୁ ଭଲପାଇ ଏକ ଭାଡାଘରେ ରହି ତାକୁ ପ୍ରେମଜାଲରେ ଫସାଇ ସଂସାର କରିବାର ଲୋଭଦେଖାଇ କହିଥିଲା ଆମେ ଦୁହେଁ ଖୁବ ଶୀଘ୍ର ବିବାହ କରିବା, କିନ୍ତୁ ଅନାଥ ଝିଅଟିକୁ ଗର୍ଭବତୀ କରି କୁଆଡେ ଫେରାର ହୋଇଯାଇଥିବା ପ୍ରେମିକ ସୀମାଞ୍ଚଳ ପ୍ରଧାନ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ପୂର୍ବରୁ ଏକ ମାସ ତଳେ ଲିଖିତ ଅଭିଯୋଗ କରିଥିଲେ I
ତାଙ୍କୁ ଧୋକାଦେଇ ଠକି ଚାଲିଯାଇଥିବା ସୀମାଞ୍ଚଳ ପ୍ରଧାନକୁ ନ ପାଇ ନିରାଶ ହୋଇ ଦୁଃଖ ଭରା କଥାକୁ ସୂଚନାଟିଭି ଆଗରେ କହିଲାବେଳେ ଅନାଥ ଝିଅଟିର ଆଖି ଲୁହରେ ଛଳ ଛଳ ହୋଇଯାଇଥିଲା, ପୀଡିତାଙ୍କ ବାପାଙ୍କୁ ୧୦ ବର୍ଷ ତଳେ ଟିବିରୋଗରେ ମୃତ୍ୟୁ ହୋଇଥିବାବେଳେ ପରେ ମା କ୍ୟାନ୍ସର ରୋଗରେ ଆଖି ବୁଝିଥିଲେ I ତେବେ ସରକାର ମହିଳା ମାନଙ୍କପାଇଁ ଯୋଜନା ପରେ ଯୋଜନା କରିଥିବା ବେଳେ ଏଥିରୁ ବଂଚିତ ଅଛନ୍ତି ଅନ୍ନାଥ ଜେ. ଟିକି ପ୍ରଧାନ I ଅନାଥ ଝିଅ ସହ ଶାରିରୀକ ସମ୍ପର୍କ ରଖିଫେରାର ହୋଇଥିବା ରୋମିଓର ଟେର ପାଉନାହିଁ ଚନ୍ଦ୍ରଶେଖରପୁର ପୋଲିସ I ଏ ନେଇ ଲିଖିତ ଅଭିଯୋଗକୁ ଏକ ମାସ ବିତି ଯାଇଥିଲେ ମଧ୍ୟ ପୋଲିସ ଧୋକାବାଜ ପ୍ରେମିକ ସୀମାଞ୍ଚଳ ପ୍ରଧାନକୁ ଖୋଜି ପାଇବାରେ ବିଫଳତା ପଦାକୁ ଆସିଛି I
ମା କୁ ସମ୍ମାନ ଗାଁ କୁ ସମ୍ମାନ କହୁଥିବାବେଳେ ଖୋଦ ରାଜଧାନୀରେ ଦେଖିବାକୁ ମିଳିଛି ଅନ୍ନାଥ ମହିଳା ନ୍ୟୟ ପାଇଁ ଥାନାର ଦ୍ୱରସ୍ତ ହୋଇ ମଧ୍ୟ କିଛି ଫଳପଦ ହୋଇନାହିଁ I ପ୍ରତି କ୍ଷେତ୍ରରେ ମହିଳାଙ୍କୁ S. H.G ଗୋଷ୍ଠି ମାଧ୍ୟମରେ ପ୍ରତି ୱାର୍ଡକୁ କାମ ସରକାରଙ୍କ ଯୋଜନାମାନ ଥାଇ ମଧ୍ୟ ଆଜି ନାରୀ ଅବହେଳାରେ ରହିବା କେତେଦୂର ଠିକ !