ଜି.ଉଦୟଗିରିରେ ସାତ ଫୁଟିଆ ନାଗ ସାପ ଉଦ୍ଧାର, ଭୟବୀତ ହେଲେ କଲୋନୀବାସୀ

କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ସ୍ଥିତ ସାହାରା କଲୋନୀ ନିକଟରୁ ଏକ ବିରାଟକାୟ ସାତ ଫୁଟିଆ ନାଗ ସାପ ଉଦ୍ଧାର ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସାପଟିକୁ ଦେଖି କଲୋନୀବାସୀଙ୍କ ମଧ୍ୟରେ କିଛି ସମୟ ପାଇଁ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା।

ସୂଚନା ଅନୁଯାୟୀ, ସାହାରା କଲୋନୀ ନିକଟରେ ଏକ ବଡ଼ ନାଗ ସାପ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ପରେ ସେମାନେ ତୁରନ୍ତ ସ୍ନେକ ହେଲ୍ପଲାଇନ ସଦସ୍ୟମାନଙ୍କୁ ଖବର ଦେଇଥିଲେ।ଖବର ପାଇ ସ୍ନେକ ହେଲ୍ପଲାଇନର ସଦସ୍ୟ ପ୍ରବୀଣ ନାୟକ ଘଟଣାସ୍ଥଳରେ ପହଞ୍ଚି ଦକ୍ଷତାର ସହ ସାପଟିକୁ ଉଦ୍ଧାର କରିଥିଲେ। ଦୀର୍ଘ ସମୟର ଉଦ୍ୟମ ପରେ ସାପଟିକୁ ସୁରକ୍ଷିତ ଭାବେ କାବୁ କରାଯାଇଥିଲା।

ଉଦ୍ଧାର ପରେ ନାଗ ସାପଟିକୁ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି। ସ୍ନେକ ହେଲ୍ପଲାଇନ ପକ୍ଷରୁ ଲୋକମାନଙ୍କୁ ସାପ ଦେଖିଲେ ଭୟଭୀତ ନହୋଇ ତୁରନ୍ତ ଉଦ୍ଧାରକାରୀ ଦଳକୁ ଖବର ଦେବା ପାଇଁ ପରାମର୍ଶ ଦିଆଯାଇଛି।ଏହି ଘଟଣା ପରେ ସ୍ଥାନୀୟ ଲୋକେ ସ୍ନେକ ହେଲ୍ପଲାଇନ ସଦସ୍ୟ ପ୍ରବୀଣ ନାୟକଙ୍କ ତତ୍ପରତା ଓ ସାହସିକତାକୁ ପ୍ରଶଂସା କରିଛନ୍ତି।