କ୍ରିଷ୍ଣା ବିକାଶ ମଲ୍ଟି ସ୍ପେପିଆଲିଟୀ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

କ୍ରିଷ୍ଣା ବିକାଶ ମଲ୍ଟି ସ୍ପେପିଆଲିଟୀ ହସ୍ପିଟାଲ୍ ପକ୍ଷରୁ ବିକାଶ ଅଡିଟୋରିଅମ ଠାରେ ଆଜି ବିଶ୍ୱ ଯକ୍ଷ୍ମା ଦିବସ ଆୟୋଜିତ ହୋଇଛି ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ନିରୁପମା ଷଡ଼ଙ୍ଗୀ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ସୁବାସ ଅଗ୍ରୱାଲ, ଜିଲ୍ଳା ଯକ୍ଷ୍ମା ଅଧିକାରୀ ଡାକ୍ତର ବିନୟ ବେହେରା, ସମେତ ଅନ୍ୟ ପ୍ରମୁଖ ଡାକ୍ତର ମାନେ ଯୋଗ ଦେଇଥିଲେ |

ସାରା ଜିଲ୍ଲାର ବିଭିନ୍ନ ବ୍ଲକ ମାନଙ୍କରେ ଯକ୍ଷ୍ମା ରୋଗ ଉପରେ ସଚେତନତା କାର୍ଯ୍ୟକ୍ରମ ମାନ କରିବା ସହ ଲୋକମାନେ କିଭଳି ଉପକୃତ ହୋଇପାରିବେ ତାହା ଉପରେ ବକ୍ତବ୍ୟ ଦେଇଥିଲେ। ଏହି ଅବସରରେ ବିଭିନ୍ନ ଡାକ୍ତରଙ୍କ ସମେତ ଅତିଥି ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଯାଇଥିଲା ।