କଲ୍ଲୋହୁଣ୍ଡୁଳା ନାବାଳକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ

ଗତ ଜାନୁଆରୀ ୧୫ ତାରିଖରେ କୋହ୍ଲ ହୁଣ୍ଡୁଳାରେ ହୋଇଥିବା ନାବାଳକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ଯୋଡ଼ା ପୋଲିସ । ଘଟଣାରେ ସଂପୃକ୍ତ କୋହ୍ଲ ହୁଣ୍ଡୁଳା ଗାଁର ଦୁଇ ଭାଇଙ୍କୁ ଗିରଫ କରିଛି ପୋଲିସ୍ । ଏମାନେ ହେଲେ ମୃତ ନାବାଳକଙ୍କ ଭିଣୋଇ ରାମଜାନ ମୁଣ୍ଡା ଓ ତାଙ୍କ ଭାଇ ଜଙ୍କ ମୁଣ୍ଡା ।

ସୂଚନା ଅନୁଯାୟୀ, ରାମଜାନ ୪ ବର୍ଷ ତଳେ ଜାମୁକୁଣ୍ଡିଆର ଏହି ମୃତ ନାବାଳକଙ୍କ ବଡ଼ ଭଊଣୀ ସୁକ୍ରୁମଣିକୁ ବିବାହ କରିଥିଲେ ମଧ୍ୟ ପରେ ପତ୍ନୀଙ୍କ ଛାଡ଼ି ଦେଇଥିଲେ, ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ଅସନ୍ତୋଷ ଲାଗିରହିଥିଲା ।

ଗତ ୧୫ ତାରିଖ ସନ୍ଧ୍ୟାରେ ନାବାଳକ ନିକଟସ୍ଥ କୋହ୍ଲ ହୁଣ୍ଡୁଳା ଗାଁରେ ହେଉଥିବା ମକର ମେଳା ଦେଖିବାକୁ ଯାଇଥିଲେ। ସେଠାରେ ଭିଣୋଇ ରାମଜାନ ମୁଣ୍ଡାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ଉଭୟ ମିଶି ହାଣ୍ଡିଆ ମଧ୍ୟ ପିଇଥିଲେ । ହେଲେ ପରେ ରାମଜାନ ସୁକ୍ରୁମଣିଙ୍କୁ ଛାଡ଼ିଦେବାକୁ ନେଇ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା ।

ଏଥିରେ ଉତ୍କ୍ଷିପ୍ତ ହୋଇ ରାମଜାନ ସେଠାକୁ ସାନଭାଇ ଜଙ୍କ ମୁଣ୍ଡାକୁ ଡାକିଥିଲେ ଓ ଉଭୟ ଭାଇ ମିଶି ନାବାଳକଙ୍କୁ ଜୀବନରୁ ମାରି ପୋଲ ତଳେ ପକାଇଦେଇଥିବା ପୋଲିସ ତଦନ୍ତରୁ ଜାଣିବାକୁପାଇଛି । ଏହାପରେ ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କୋର୍ଟ ଚାଲାଣ କରିଛି । ।

Leave a Reply

Your email address will not be published. Required fields are marked *