୩ ବର୍ଷର ଶିଶୁକୁ ପଥରରେ ଛେଚି ହତ୍ୟା !

କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଖେଣ୍ଡରାରେ ୩ ବର୍ଷର ଶିଶୁପୁତ୍ରକୁ ହତ୍ୟା କରି ଏକ ଖାତରେ ପକାଇଦେଇଥିବା ଖବର ମିଳିଛି। ସୂଚନା ଅନୁସାରେ, ଝୁମ୍ପୁରା ଥାନା ନହବେଡା ଗ୍ରାମର ଶ୍ରୀତମ ମୁଣ୍ଡା ଓ ସେହି ଗାଁର ଚନ୍ଦନ ମୁଣ୍ଡାଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ରହିଥିଲା | ସେହି ବିବାଦକୁ ନେଇ ଶ୍ରୀତମ ରାଗ ରଖିଥିଲା। ପ୍ରତିଶୋଧର ବାହାନା ଖୋଜୁଥିଲା। ଗତ ରବିବାର ରାଗ ଜର୍ଜର ରେ ଶ୍ରୀତମ ଚନ୍ଦନ ମୁଣ୍ଡାର ୩ବର୍ଷର ଶିଶୁପୁତ୍ରକୁ କୋଳି ଖାଇବା ବାହାନାରେ ଖେଣ୍ଡରାକୁ ଡ଼ାକିନେଇ ସେଠାରେ ଅମାନୁଷିକ ଭାବେ ପଥରରେ ପିଟି ହତ୍ୟା କରିବା ପରେ ପଥର ଖୋଲରେ ଫିଙ୍ଗି ଦେଇଥିଲା।

ଶନିବାର ଦିନ ପିଲାଟିକୁ ନପାଇ ଝୁମ୍ପୁରା ଥାନାରେ ପରିବାର ପକ୍ଷରୁ ଅଭିଯୋଗ ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା | ପୋଲିସ ଶ୍ରିତମ ମୁଣ୍ଡାକୁ ଥାନାକୁ ଆଣି ଜେରା ସମୟରେ ଅଭିଯୁକ୍ତ ହତ୍ୟା ସମ୍ପର୍କରେ ସୂଚନା ଦେବାରୁ ଆଜି ସକାଳେ ମୃତଦେହ ଠାବ ହୋଇଥିବା ସୂଚନା ମିଳିଛି। ଘଟଣସ୍ଥଳରେ ଅତିରିକ୍ତ ଏସ ପି, ମାଜିଷ୍ଟ୍ରେଟ, ପୋଲିସ, ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଚଲାଇଛନ୍ତି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *