୨୫ବର୍ଷ ରେ ପଦାର୍ପଣ କରିଛି ଭିକିପୁର ଗ୍ରାମର ଗଣେଶ ପୂଜା | ବିଗତ କିଛି ବର୍ଷ ର ନିଆରା ପରମ୍ପରା କୁ ସାଇତି ରଖିଛନ୍ତି ଏହି ଅନୁଷ୍ଠାନ ର କର୍ମକର୍ତା ମାନେ | ଭାଇଚାରା କୁ ବାନ୍ଧି ରଖି ଏହି ଅନୁଷ୍ଠାନ ବଜାଇ ରଖିଛି ତାର ସୁ ସମ୍ପର୍କ | ଅନୁଷ୍ଠାନର ସଭାପତି ହୃଷିକେଶ ମହଲା ଓ଼ ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀଙ୍କ ତତ୍ଵାବଧାନ ରେ ଅନୁଷ୍ଠିତ ଏହି ବିଘ୍ନ ବିନାଶକ ପ୍ରଭୁ ଗଜାନନଙ୍କ ପୂଜାରେ ଉତ୍ସବ ମୁଖର ହୋଇ ପଡିଛି ଲକ୍ଷ୍ମୀନଗର ପଞ୍ଚାୟତ ର ଭିକିପୁର ଗ୍ରାମ |
ଅନୁଷ୍ଠାନ ର ସମସ୍ତ କର୍ମକର୍ତା ଙ୍କ ସହଯୋଗ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପୁରୋହିତ୍ୟ ରାଜକିଶୋର ରଥ ଶର୍ମା ବୈଦିକ ରୀତିନୀତି ଅନୁସାରେ ପୁଜାର୍ଚ୍ଚନା କରିବା ସହିତ ଚନ୍ଦନ କୁମାର ସାହୁ ଙ୍କ ଦ୍ଵାରା ସଂକଳ୍ପ କାର୍ଯ୍ୟ ସମାପନ କରାଯାଇଥିଲା |
ଏଥି ସହିତ ଅନୁଷ୍ଠାନ ତରଫରୁ ଗ୍ରାମବାସୀ ଓ଼ ଅତିଥି ମାନଙ୍କ ପାଇଁ ପ୍ରସାଦ ସେବନ ର ମଧ୍ୟ ଆୟୋଜନ କରାଯାଇଥିଲା | ଯାଜପୁର ରୋଡ ଆଦର୍ଶ ଥାନା ର ଆଇଆଇସି ଆଶିଷ ସାହୁ ପହଂଚି ବାବା ଙ୍କ ଆଶିଷ କୃପା ଲାଭ କରିବା ସହିତ ଅନୁଷ୍ଠାନ ର ସମସ୍ତ କର୍ମକର୍ତା ଙ୍କୁ ଏଭଳି ସୁନ୍ଦର ଆୟୋଜନ କରିଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ |