
୧୯ ବର୍ଷରୁ କମ୍ ବିଶ୍ବକପରେ ଟିମ୍ ଇଣ୍ଡିଆର ବିଜୟ ଯାତ୍ରା ଅବିରତ ଭାବରେ ଜାରି ରହିଛି। ହରାରେ ଗ୍ରାଉଣ୍ଡରେ ଆୟୋଜିତ ରୋମାଞ୍ଚକ ସେମିଫାଇନାଲ ମ୍ୟାଚ୍ରେ ଆଫଗାନିସ୍ତାନକୁ ୭ ୱିକେଟରେ ପରାଜିତ କରି, ଲଗାତାର ଷଷ୍ଠଥର ଏବଂ ମୋଟ ଦଶମଥର ପାଇଁ ଭାରତ ଫାଇନାଲରେ ପ୍ରବେଶ କରିଛି।ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୫୦ ଓଭରରେ ୪ ୱିକେଟ୍ ହରାଇ ୩୧୦ ରନ୍ର ଦୃଢ଼ ସ୍କୋର ଖଡ଼ିଆଇଥିଲା। କିନ୍ତୁ ଭାରତୀୟ ଯୁବ ବ୍ୟାଟ୍ସମ୍ୟାନମାନେ ଏହି ବଡ଼ ଲକ୍ଷ୍ୟକୁ ଅଶ୍ଚର୍ଯ୍ୟଜନକ ଭାବରେ ଖେଳି ମାତ୍ର ୪୧.୧ ଓଭରରେ ୩୧୧ ରନ୍ କରି ମ୍ୟାଚ୍ ଜିତିନେଲେ।
ଭାରତଙ୍କ ବିଜୟର ନାୟକ ହେଲେ ଆରୋନ୍ ଜର୍ଜ, ଯିଏ ଅଦ୍ଭୁତ ଶତକ ପ୍ରଦାନ କଲେ। ସେଙ୍କ ସାଙ୍ଗକୁ ବୈଭବ ସୂର୍ଯ୍ୟବଂଶୀ ଦମଦାର ବିସ୍ଫୋରକ ଇନିଂସ୍ ଖେଳି ଟିମକୁ ଝଟପଟ ନିଜ ଲକ୍ଷ୍ୟତିରେ ପହଞ୍ଚାଇଦେଲେ। ଏବେ ସମାଗ୍ର ବିଶ୍ୱର ଦୃଷ୍ଟି ରହିଛି ଆଜି ହେବାକୁ ଯାଉଥିବା ଫାଇନାଲ ଉପରେ, ଯେଉଁଠାରେ ଭାରତ ଇଂଲଣ୍ଡ ସହ ଶୀର୍ଷ ସ୍ଥାନ ପାଇଁ ଟକ୍କର ଦେବ। ଯୁବ ଟିମ୍ ଇଣ୍ଡିଆର ବର୍ତ୍ତମାନର ଫର୍ମ୍ ଦେଖି ଭାରତୀୟ ଦର୍ଶକମାନେ ଆପଣାପେ ବିଜୟ ଆଶା କରୁଛନ୍ତି।