ଦୃଢ଼ ନିର୍ଦ୍ଦେଶ ଜାରି ହୋଇଛି। ଏହା ସମ୍ବନ୍ଧରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଜରୁରୀ ଚିଠି ପଠାଯାଇଛି।ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ଏହି ଚିଠି ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି ଯେ , ସମଗ୍ର ଶିକ୍ଷା, ପିଏମ ଶ୍ରୀ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ଅଧୀନରେ ୟୁନିଫର୍ମ ବଣ୍ଟନ କରାଯାଉଛି ।

ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଏହି ବଣ୍ଟନ କାର୍ଯ୍ୟ ଶତପ୍ରତିଶତ ଶେଷ ହୋଇଛି କି ନାହିଁ, ସେ ନେଇ ଏକ ‘କମ୍ପ୍ଲିସନ୍ ସାର୍ଟିଫିକେଟ୍’ ଦାଖଲ କରିବାକୁ ପଡ଼ିବ। ଏହି ପ୍ରମାଣପତ୍ର ଦାଖଲ କରିବା ପାଇଁ ଆସନ୍ତା ଫେବୃଆରୀ ୭ ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି। ବିଭାଗ ପକ୍ଷରୁ ଏହି ଚିଠିକୁ ‘ଅତ୍ୟନ୍ତ ଜରୁରୀ’ ବୋଲି ଦର୍ଶାଯାଇଛି। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଜିଲ୍ଲାରୁ ରିପୋର୍ଟ ନ ଆସେ, ତେବେ ଏହାକୁ ଗୁରୁତର ସହ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।
