ହନୁମାନ ଜୟନ୍ତୀ ଉପଲକ୍ଷେ ଜୟ ଶ୍ରୀ ରାମ ଧ୍ୱନିରେ କମ୍ପିଲା ବ୍ୟାସନଗର

ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଉପଲକ୍ଷେ ବ୍ୟାସନଗର ହନୁମାନ ଜୟନ୍ତୀ ଆୟୋଜକ କମିଟି ଆନୁକୂଲ୍ୟରେ ଏକ ଶୋଭାଯାତ୍ରା ହୋଇଥିଲା । ଏହି ଶୋଭାଯାତ୍ରାରେ ହଜାର ହଜାର ହନୁମାନ ଭକ୍ତ ଚୋର୍ଦା କାଳୀ ମେଳଣ ପଡିଆ ଠାରୁ ସହର ପରିକ୍ରମା କରିବା ସହିତ ଗୋପବନ୍ଧୁ ଛକ ସ୍ଥିତ ହନୁମାନ ମନ୍ଦିର ନିକଟରେ ଶୋଭାଯାତ୍ରା ସମାପନ କରିଥିଲେ । ଏହି ସମ୍ମିଳନୀରେ ପୁରୀର ଗୌରାଙ୍ଗ ମଠ ର ବାବାଜୀ ସନତ ସୁଜାତା ନନ୍ଦ ମହାରାଜା ଏବଂ ତାଙ୍କ ସହଯୋଗୀ ଉପସ୍ଥିତ ରହି ଭକ୍ତ ମାନଙ୍କୁ ପ୍ରବଚନ ଦେବା ସହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସଂଗଠନ ପକ୍ଷରୁ ଅଭାହକ ସଂଜୀବ ନାୟକ, ମହାମାୟୀ ପ୍ରତାପ ସ୍ୱାଇଁ,ବିବେକାନନ୍ଦ ମହାନ୍ତି,ଜିତେନ୍ଦ୍ର ବେହୁରା, ବିଜୟ ପଣ୍ଡା,ପବନ ଅସ୍ୱାଲ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପାରିଷଦ, ବିଶ୍ୱ ହିନ୍ଦୁ ପାରିଷଦ, ବଜରଙ୍ଗ ଦଳ, ଆର ଏସ ଏସ, ସୁନ୍ଦରକାଣ୍ଡ ଭକ୍ତ ମଣ୍ଡଳୀ ପ୍ରମୁଖ ସାମିଲ ହୋଇଥିଲେ ।