ସୈତାନ ସାଜିଲା ସମ୍ପର୍କୀୟ ମଉସା

ଗୁହାଳକୁ ଡାକିଥିଲା ସମ୍ପର୍କୀୟ ମଉସା , ଆଉ ନିଜ ମଉସାଙ୍କୁ ଦେଖା କରିବାକୁ ଆସି ଫସିଗଲେ ନାବାଳିକା ଜଣକ | ମଉସା କେଉଁ କାମରେ ଡ଼ାକିଥିବେ ଭାବି ଘର ନିକଟ ଗୁହାଳ ପାଖକୁ ଯାଇଥିଲେ ନାବାଳିକା ହେଲେ ସେଠାରେ ଜଗି ବସିଥିବା ମଉସା ଯେ ନିଜ ଦେହର ଭୋକ ମେଣ୍ଟାଇବାକୁ ସବୁ ପ୍ରସ୍ତୁତି କରି ରଖିଥିଲା ଏକଥା ହୁଏତ ଜାଣି ନଥିଲା ନାବାଳିକା ଜଣକ | ପାଖରେ ପହଂଚୁ ପହଂଚୁ ଗୁହାଳ ଭିତରକୁ ଘୋଷାଡ଼ି ନେଇଥିଲା ମଉସା ଆଉ ତା ପରେ ମାଉସ ଭୁଲିଯାଇଥିଲା ସବୁ ସମ୍ପର୍କ | ନର ରାକ୍ଷସ ମଉସା ଝିଆରୀ ର ଦେହକୁ ଝୁଣି ଖାଇଥିଲା , ଆଉ ଏକଥା କାହାକୁ କହିବାକୁ ମନ କରିଥିଲା , ଯଦି କହିବି ତାହେଲେ ସେ ମାରିଦେବ ବୋଲି ଧମକ ବି ଦେଇଥିଲା | ହଁ ଆଜ୍ଞାଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜେଭଦ୍ରାଙ୍କ ଜିଲ୍ଲା ତୁସୁରୀ ଥାନା ଅଂଚଳରେ |

ତେର ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପୋଲିସ ହାତରେ ବନ୍ଧା ହୋଇଛି ମଉସା । ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, । ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଞ୍ଚଳରୁ ଆସିଛି ଏହି ଲଜ୍ଜାଜନକ ଖବର । ଜଣେ ୧୩ ବର୍ଷିୟ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗରେ ୫୫ ବର୍ଷିୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଭୟ, ଓ ଅସନ୍ତୋଷର ପରିବେଶ ସୃଷ୍ଟି ହୋଇଛି।