ମିଶୁନି ଲୋ କଥା କିଛି

ତେଲ ତେଲ ଏଠି ପଡିଲା ଚହଳ
ତେଲ ମିଳୁନି ହାଟରେ …
ବୋତଲ ଧରିଲେ ହାତରେ ମିଳୁନି
ମିଳୁଛି ସିଧା ଗାଡିରେ …
କିଏ କହେ ଏଠି ସୌମ୍ୟଶ୍ରୀ ସୌମ୍ୟଶ୍ରୀ…
କିଏ କହେ ନିମାପଡା..
ଦୁଇଟି ଘଟଣା ସମାନ କାରଣ…. ମିଳୁନି କିଛି ପତ୍ତା …
ସୌମ୍ୟଶ୍ରୀକୁ ଭୁଲି ନିମାପଡା ଗଲି …
ଧରି ହଉନି ଲୋ କଥା …
ପୋଖରୀ ପାଖରେ କଣ କରୁଥିଲି…ମନେ କୁହୁଳୁଛି ଗାଥା
ମୂଳ କାରଣକୁ ଭୁଲିଲେ ମୋହନ …
ମିଛରେ ଗଲେ କି ଭାସି …
ଘଣ୍ଟାଏ ଭିତରେ ପ୍ରମାଣ ଚେଞ୍ଜ… ..
ମିଶୁନି ଲୋ କଥା କିଛି …
ଉପରେ ଲେଖା ଥିବା କବିତାଟି କାହାକୁ , ଆକ୍ଷେପ କରିବା ଉଦ୍ଦେଶ୍ୟ ଲେଖାଯାଇ ନାହିଁ । ଏହା କେବଳ ଲୋକ ମାନଙ୍କ ମନୋରଞ୍ଜନକୁ ଆଖି ଆଗରେ ରଖି ଲେଖାଯାଇଛି ।