ସୁବର୍ଣ୍ଣରେଖା ନଦୀରେ ପଞ୍ଚମ ବନ୍ୟା

ଦୁଃଖ ଦେଉଛି ସୁବର୍ଣ୍ଣରେଖା ନଦୀ ରେ ଜଳସ୍ତର । ଗୋଟିଏ ମାସରେ ୪-୫ ଥର ବନ୍ୟା । ଉପରମୁଣ୍ଡରେ ବର୍ଷା ଯୋଗୁ ପୁଣି ସୁବର୍ଣ୍ଣରେଖାରେ ଆସିଛି ବନ୍ୟାଜଳ । ନଦୀରେ ଚତୁର୍ଥ ବନ୍ୟା ପାଣି ପଶିବା ପରେ ବଢିଛି ଲୋକଙ୍କ ଦୁର୍ଦ୍ଦଶା । ବନ୍ୟା ବେଳେ ନଦୀରେ ବାଲିଆପାଳ , ଭୋଗରାଇ, ବସ୍ତା ବ୍ଲକ୍ ଆତଙ୍କ, ଭୟଭୀୟ ଲୋକେ ।

ବନ୍ଯା ପାଣି ରେ ଉବୁଡୁବୁ ଉତ୍ତର ବାଲେଶ୍ବର, ସୁବର୍ଣ୍ଣରେଖା ନଦୀ ରେ ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରି କ୍ରମଶଃ ବୃଦ୍ଧି ପାଉଥିବା ବେଳେ ଧୀରେ ଧୀରେ କମୁଛି ଜଳକା ନଦୀ ର ଜଳସ୍ତର, ଜଳକା ନଦୀ ରେ ବନ୍ଯା ଆସିବା ଯୋଗୁଂ ବସ୍ତା ବ୍ଲକ ର 8 ଟି ପଞ୍ଚାୟତ ର 30 ରୁ ଉର୍ଧ୍ବ ଗାଂଆ ଜଳମଗ୍ନ ହୋଇଥିବା ବେଳେ ଶହ ଶହ ହେକ୍ଟର ଚାଷ ଜମି ରେ ଲହଡି ମାରୁଛି ବନ୍ଯା ପାଣି,

ସେହିଭଳି ସୁବର୍ଣ୍ଣରେଖା ନଦୀ ର ଉପରମୁଣ୍ତ ଗାଲୁଡିହି ବ୍ଯାରେଜ ରୁ ପାଣି ଛଡା ଯିବା ଫଳରେ ବନ୍ଯା ଆସି ବାଲିଆପାଳ, ଜଳେଶ୍ବର ଏବଂ ଭୋଗରାଇ ବ୍ଲକ ର ଶତାଧିକ ଗାଂଆ ଜଳ ମଗ୍ନ ହେବା ସହ ହଜାର ହଜାର ହେକ୍ଟର ଚାଷ ଜମି ବନ୍ଯା ପାଣି ରେ ବୁଡି ରହିଛି, ସୁବର୍ଣ୍ଣରେଖା ନଦୀ ର ଚଳିତ ବର୍ଷ ପଞ୍ଚମ ଥର ପାଂଇ ବନ୍ଯା ଆସିଥିବା ବେଳେ ଜଳକା ନଦୀ ରେ ଦ୍ବିତୀୟ ଥର ବନ୍ଯା ଚାଷୀ ଙ୍କ ମେରୁଦଣ୍ତ କୁ ଦୋହଲାଇ ଦେଇଛି, ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳ ର ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯିବା ସହିତ ସମସ୍ତଙ୍କ ପାଂଇ ଶୁଖିଲା ଖାଦ୍ଯ ଏବଂ ରନ୍ଧା ଖାଦ୍ଯ ର ବ୍ଯବସ୍ଥା କରା ଯାଇଛି, ବନ୍ଯା ମୁକାବିଲା ପାଂଇ ଓଡ୍ରାଫ ଟିମ ଏବଂ ଅଗ୍ନିଶମ ବାହିନୀ ସଜାଗ ରହିଛନ୍ତି ।