ସୁପ୍ରିମକୋର୍ଟର କଡ଼ ରାୟଲକ୍ଷାଧିକ ମତଦାତାଙ୍କୁ ଝଟକା

ପଶ୍ଚିମବଙ୍ଗରେ ଭୋଟର ତାଲିକାରୁ ନାମ କାଟିଦେବା ନେଇ ଚାଲିଥିବା ବିବାଦରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଯେଉଁମାନଙ୍କ ନାମ ଭୋଟର ତାଲିକାରୁ ହଟାଯାଇଛି ଏବଂ ଯାହାଙ୍କ ଆପିଲ୍‌ ଏବେ ପର୍ଯ୍ୟନ୍ତ ଲମ୍ବିଛି, ସେମାନଙ୍କୁ ତତ୍କାଳିକ ଭାବେ ଭୋଟ ଦେବାର ଅଧିକାର ଦିଆଯିବ ନାହିଁ।

ଏହି ରାୟ ଲକ୍ଷ୍ୟାଧିକ ମତଦାତାଙ୍କ ପାଇଁ ଏକ ବଡ଼ ଝଟକା ଭାବେ ଦେଖାଯାଉଛି । କୋର୍ଟ କହିଛନ୍ତି ଯେ, ମଧ୍ୟବର୍ତ୍ତୀ ରାହତ ଦେଇ ଭୋଟ ଦେବାକୁ ଅନୁମତି ଦେଲେ ସମଗ୍ର ନିର୍ବାଚନ ପ୍ରକ୍ରିୟା ପ୍ରଭାବିତ ହେବ । ଶୁଣାଣି ସମୟରେ ତୃଣମୂଳ କଂଗ୍ରେସ ନେତା କଲ୍ୟାନ ବାନର୍ଜି କହିଥିଲେ ଯେ ପ୍ରାୟ 16 ଲକ୍ଷ ଲୋକ ଆପିଲ୍‌ କରିଛନ୍ତି ଏବଂ ସେମାନଙ୍କୁ ଭୋଟ ଦେବାକୁ ଦେବା ଉଚିତ। କିନ୍ତୁ ନ୍ୟାୟାଧୀଶ ଜସଷ୍ଟିସ ଜୟମାଲ୍ୟା କହିଥିଲେ ଯେ ଏହି ସଂଖ୍ୟା 34 ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିଛି, ଯାହା ଏକ ବଡ଼ ପ୍ରଶାସନିକ ଚ୍ୟାଲେଞ୍ଜ।

ଭାରତର ମୁଖ୍ୟ ନ୍ୟାୟାଧୀଶ ସୂର୍ଯ୍ୟକାନ୍ତ ଏହି ଦାବିକୁ ଖାରଜ କରି କହିଥିଲେ ଯେ ଏହା ସମ୍ଭବ ନୁହେଁ । ଏପରି କଲେ ସମଗ୍ର ଭୋଟିଂ ପ୍ରକ୍ରିୟାକୁ ବିଘ୍ନିତ କରିବ। ସେ ଏହା ମଧ୍ୟ କହିଥିଲେ ଯେ ଭୋଟର ତାଲିକାକୁ ପୂର୍ବରୁ ଇସିଆଇ ଫ୍ରିଜ୍‌ କରିଦେଇଛି, ତେଣୁ ବିଶେଷ ଆଦେଶ ବିନା ନୂତନ ନାମ ଯୋଡ଼ାଯିବ ନାହିଁ । ଏହି ମାମଲାରେ 27 ଲକ୍ଷ ମାମଲା ସମାଧାନ ପାଇଁ 19ଟି ଆପିଲିୟ ଟ୍ରିବ୍ୟୁନାଲ୍‌ ଗଠନ କରାଯାଇଛି । କୋର୍ଟ 13 ଜଣଙ୍କ ୟାଚିକାକୁ ‘ସମୟ ପୂର୍ବ’ ବୋଲି କହିଥିଲେ ଏବଂ ପ୍ରଥମେ ଟ୍ରିବ୍ୟୁନାଲ୍‌କୁ ଯିବାକୁ ପରାମର୍ଶ ଦେଇଛନ୍ତି ।

ୟାଚିକାକାରୀମାନେ ଅଭିଯୋଗ କରିଥିଲେ ଯେ, ନିୟମ ନମାନି ନାମ କାଟାଯାଉଛି ଏବଂ ଆପିଲ୍‌ ଉପରେ ସମୟରେ ଶୁଣାଣି ହେଉନାହିଁ। ତଥାପି କୋର୍ଟ କହିଛନ୍ତି ଯେ ଭୋଟ ଅଧିକାର ଗୁରୁତ୍ୱପୂର୍ଣ୍ଣ ହେଉଥିଲେ ମଧ୍ୟ, ସଠିକ୍ ପ୍ରକ୍ରିୟା ଅନୁସରଣ କରିବା ଅତ୍ୟାବଶ୍ୟକ। ସମଗ୍ର ଘଟଣାରୁ ସ୍ପଷ୍ଟ ଯେ, ନ୍ୟାୟାଳୟ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଓ ସଂଗଠନକୁ ପ୍ରାଥମେ ଦେଇଛନ୍ତି, ଯଦିଓ ଏହା ଅନେକ ମତଦାତାଙ୍କୁ ଅସ୍ଥାୟୀ ଭାବେ ଅସନ୍ତୁଷ୍ଟ କରିଛି ।