ସୁନାବେଡ଼ା ହାଲ୍ ହନୁମାନ ମନ୍ଦିର ପରିସରରେ ଶ୍ରୀମଦ୍ ଭାଗବତ କଥା ମହୋତ୍ସବର ଶୁଭାରମ୍ଭ

ସୁନାବେଡ଼ା ହାଲ୍ ସହରାଞ୍ଚଳ ସ୍ଥିତ ହନୁମାନ ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ‘ଶ୍ରୀମଦ୍ ଭାଗବତ କଥା ମହୋତ୍ସବ’ ଅନୁଷ୍ଠିତ ହୋଇଯାଇଛି। ସେମିଳିଗୁଡା ଇସ୍କନ ମନ୍ଦିରର ଭକ୍ତବୃନ୍ଦଙ୍କ ପ୍ରଚେଷ୍ଟାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଗତ ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୨୫ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ।

ଏହି ମହୋତ୍ସବ ୭ ଦିନ ଧରି ପ୍ରତ୍ୟେକ ସନ୍ଧ୍ୟାରେ ଅନୁଷ୍ଠିତ ହେଉଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭାଗବତ ପାଠ ସହିତ ହାଲ୍ ସହରାଞ୍ଚଳରେ ଭକ୍ତିପୂର୍ଣ୍ଣ ସଂକୀର୍ତ୍ତନ ଓ ନଗର ପରିକ୍ରମା କରାଯାଇଥିଲା।

ଶ୍ରୀପାଦ ଅକ୍ଷୟ ହରି ଦାସ ବ୍ରହ୍ମଚାରୀଙ୍କ ଦ୍ୱାରା ‘ଗୃହସ୍ଥ ଧର୍ମ ଚରିତ’ ବିଷୟରେ ମାର୍ମିକ ପ୍ରବଚନ ଓ ଆଲୋଚନା ପ୍ରତିଦିନ ପରିବେଷଣ କରାଯାଉଛି।

ଏହି ମହୋତ୍ସବକୁ ମୁଖ୍ୟ ପରିଚାଳକ ଶ୍ରୀପାଦ ଶ୍ରୀ କୃଷ୍ଣ ସେବକ ଦାସ ଓ ସହ ପରିଚାଳକ ଶ୍ରୀପାଦ ବେଣୁ ବିନୋଦ ଦାସ ପରିଚାଳନା କରୁଛନ୍ତି।

ଏଥିସହିତ ପଦ୍ମ ଚରଣ ଚୌଧୁରୀ, ଖଗେଶ୍ବର ଜେନା, କୈବଲ୍ୟ ପାଣି, ରାଜେଶ ଲାକ୍ରା, ପବିତ୍ର କୁମାର ବେଦାନ୍ତ, ସୁରେଶ ଦାସ, ଅଜିତ ନାୟକ, ଅଜିତ ନନ୍ଦ, ତିର୍ଥରାଜ ଚାନ୍ଦ, ବିଷ୍ଣୁ ମହାରଣା, ମନୋଜ ଦାସ ଏବଂ ଦୋରାଙ୍କ ସମେତ ଇସ୍କନର ସମସ୍ତ ଭକ୍ତବୃନ୍ଦ ସକ୍ରିୟ ସହଯୋଗ କରୁଛନ୍ତି।

ସନାତନ ଧର୍ମର ରକ୍ଷା ଏବଂ ଏହାର ପ୍ରଚାର ପ୍ରସାର କରିବା ଲକ୍ଷ୍ୟରେ ଏହି ଭାଗବତ ପାଠର ଆୟୋଜନ କରାଯାଇଛି। ପ୍ରତ୍ୟେକ ଦିନ କଥା ଶେଷରେ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି।